ଗୌହାଟୀ: ଆସାମରେ ପ୍ରବଳ ବର୍ଷା ଫଳରେ ଭୁସ୍ଖଳନ ଯୋଗୁ ଅବସ୍ଥା ଗମ୍ଭୀର ହେବାରେ ଲାଗିଛି । ଏହାରି ମଧ୍ୟରେ ଡିମା ହାସାଓ ଜିଲ୍ଲାର ଡିଟୋକଚେରା ରେଳ ଷ୍ଟେସନରେ ଟ୍ରେନରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ବାୟୁସେନା । ବାୟୁସେନାର MI-17 ହେଲିକପ୍ଟର ମାଧ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନାନ୍ତରଣ ଜାରି ରହିଛି । ପ୍ରବଳ ବର୍ଷା ଫଳରେ ଟ୍ରେନଟି ଟ୍ରାକରେ ଫସି ରହିଥିବାବେଳେ ବାୟୁସେନାର ସହାୟତା ଲାଗି ଅନୁରୋଧ କରିଥିଲା ସ୍ଥାନୀୟ ପ୍ରଶାସନ ।
ପ୍ରବଳ ବର୍ଷାରେ ବେହାଲ ଆସାମ: ଟ୍ରେନରେ ଫସିଥିବା ଯାତ୍ରୀଙ୍କୁ ଏୟାର ଲିଫ୍ଟ କଲା ବାୟୁସେନା - ଆସାମରେ ବାୟୁସେନାର ଉଦ୍ଧାର କାର୍ଯ୍ୟ
ପ୍ରବଳ ବର୍ଷାରେ ଟ୍ରେନରେ ଫସିଥିଲେ ଯାତ୍ରୀ । ଉଦ୍ଧାର କାର୍ଯ୍ୟରେ ବାୟୁସେନା ହେଲିକପ୍ଚର ନିୟୋଜିତ । ବର୍ତ୍ତମାନ ସୁଦ୍ଧା 3 ମୃତ । ଅଧିକ ପଢନ୍ତୁ
ପ୍ରବଳ ବର୍ଷାରେ ବେହାଲ ଆସାମ: ଟ୍ରେନରେ ଫସିଥିବା ଯାତ୍ରୀଙ୍କୁ ଏୟାର ଲିଫ୍ଟ କଲା ବାୟୁସେନା
ବର୍ତ୍ତମାନ ସୁଦ୍ଧା ଆସାମରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ଫଳରେ ମୋଟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଲଗାତାର ବର୍ଷା ଯୋଗୁ ଗତ ୨ଦିନ ହେଲା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି ସ୍ଥାନରେ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ