ଥିରୁଅନନ୍ତପୁରମ:କୋଚି-ବେଙ୍ଗାଲୁରୁ ଏୟାର ଏସିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବର୍ତ୍ତେ କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ। ବିମାନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉଡାଣର କିଛି ସମୟ ପରେ ଏୟାର ଏସିଆ ବିମାନ କୋଚି ବିମାନବନ୍ଦରକୁ ଫେରିଆସିଥିଲା।
ରବିବାର ରାତିରେ କୋଚି ବିମାନବନ୍ଦରରକୁ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା ଏୟାର ଏସିଆ ବିମାନ। ରାତି ପ୍ରାୟ 11ଟା 20 ମିନିଟ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ବିମାନ କୋଚି ଫେରିଯିବା ନେଇ ଯାତ୍ରୀଙ୍କୁ ଅବଗତ କରାଯାଇଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ପାଇଲଟ ବିମାନକୁ କୋଚିରେ ଜୁରୁରୀ ଅବତରଣ କରିଥିଲେ । ବିମାନରେ 168ଜଣ ଯାତ୍ରୀ ଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ସେପ୍ଟେମ୍ବର 4 ତାରିଖରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଇଣ୍ଡିଗୋ ବିମାନ 6E 2065 ଉଡ଼ାଣ ଭରିଥିଲା । ଉଡ଼ାଣର ମାତ୍ର କିଛି ସମୟ ମଧ୍ୟରେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ । ଫଳରେ ଅଧା ରାସ୍ତାରୁ ଫେରି ଆସିଥିଲା ଇଣ୍ଡିଗୋ ବିମାନ 6E 2065 । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡ଼ାଣର ପ୍ରାୟ 20ରୁ 25 ମିନିଟ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା ।