ଓଡିଶା

odisha

ETV Bharat / bharat

ଗୁଳିମାଡ ପରେ ଓୱେସିଙ୍କୁ ମିଳିଲା ଜେଡ୍ ସୁରକ୍ଷା

ଉତ୍ତରପ୍ରଦେଶ ମିରଟରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀଙ୍କ କାରକୁ ଗୁଳିମାଡ ଘଟଣା ପରେ ଆଜି ତାଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଗୁଳିମାଡ ପରେ AIMIM  ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ମିଳିଲା ଜେଡ୍ ସୁରକ୍ଷା
ଗୁଳିମାଡ ପରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କୁ ମିଳିଲା ଜେଡ୍ ସୁରକ୍ଷା

By

Published : Feb 4, 2022, 3:09 PM IST

ଲକ୍ଷ୍ନୌ:ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ ନିକଟରେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ ପରେ ଆଜି ସରକାରଙ୍କ ପକ୍ଷରୁ ତାଙ୍କୁ ଜେଡ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ।

ସୂଚନାଅନୁସାରେ, ମିରଟର କୈଥଡ ଅଞ୍ଚଳରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ସାରି ସେ ଦିଲ୍ଲୀ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କ କାର ଦିଲ୍ଲୀ ଅଭିମୁଖେ ଥିବାବେଳେ ଚାଜାର୍ସୀ ଟୋଲ୍ ପ୍ଲାଜା ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଗାଡି ଉପରକୁ ୩ ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏନେଇ ସୂଚନା ମିଳିବା ପରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ସଚିନ ଓ ଶୁଭମ ବୋଲି ସୂଚନା ରହିଛି ।

ଅଭିଯୁକ୍ତ ସଚିନ ଗ୍ରେଟର ନୋଏଡାର ବାଦଲପୁରରେ ଥିବା ଦୁରାଇ ଗାଁର ବାସିନ୍ଦା। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି।

ଏହା ମଧ୍ୟ ପଢନ୍ତୁ:ଅସଦୁଦ୍ଦିନ ଓୱେସୀଙ୍କ କାରକୁ ଗୁଳିମାଡ ଘଟଣା: ବନ୍ଧା ହେଲେ 2 ଅଭିଯୁକ୍ତ

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଭାରତ ସରକାର ଓୱେସୀଙ୍କ ପାଇଁ ଜେଡସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରିବା ସହିତ ଏକ ପିସ୍ତଲ ଜବତ କରାଯାଇଛି । ଏହି ଘଟଣାରେ ୫ଟି ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିବା ନେଇ ଏଡିଜି ପ୍ରଶାନ୍ତ କୁମାର ସୂଚନା ଦେଇଛନ୍ତି ।

For All Latest Updates

ABOUT THE AUTHOR

...view details