ଓଡିଶା

odisha

ETV Bharat / bharat

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢିବ AIMIM

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖରେ ବଙ୍ଗରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି ଓୱେସୀଙ୍କ ଦଳ AIMIM । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢିବ AIMIM
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଲଢିବ AIMIM

By

Published : Mar 23, 2021, 10:09 PM IST

Updated : Mar 23, 2021, 10:56 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ପଶ୍ଚିମବଙ୍ଗରେ ଏଥର ବିଧାନସଭା ନିର୍ବାଚନ ଲଢିବ ଏଆଇଏମଆଇଏମ । ଖାସ କଥା ହେଉଛି ଯେ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖରେ ବଙ୍ଗରେ ନିର୍ବାଚନ ଲଢିବାକୁ ଘୋଷଣା କରିଛି ଓୱେସୀଙ୍କ ଦଳ ।

ପୂର୍ବରୁ ଖବର ମିଳିଥିଲା ଯେ ଇଣ୍ଡିଆନ ସିକ୍ୟୁଲାର ପାର୍ଟି(ଆଇଏଲସଏଫ) ପଶ୍ଚିମବଙ୍ଗରେ ନିର୍ବାଚନ ଲଢୁଥିବା କାରଣରୁ ଓୱେସୀଙ୍କ ଦଳ ମୈଦାନକୁ ଓହ୍ଲାଇବ ନାହିଁ । ଅବାସ ସିଦ୍ଦିକୀଙ୍କ ପାର୍ଟି ଆଇଏସଏଫ, ବାମଦଳ ଓ କଂଗ୍ରେସ ମେଣ୍ଟ ଗଠନ କରି ରାଜ୍ୟରେ ନିର୍ବାଚନ ଲଢୁଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ କେତେ ଆସନରେ ନିର୍ବାଚନ ଲଢିବା ତାହା ଏଯାଏଁ ସୂଚନା ମିଳିପାରିନାହିଁ । ତେବେ 27 ମାର୍ଚ୍ଚରେ ଏହାର ଘୋଷଣା କରିବେ ଦଳର ଅଧ୍ୟକ୍ଷ ଓୱେସୀ ।

ଗତ କିଛି ମାସ ମଧ୍ୟରେ ଓୱେସୀ ଅନେକ ଥର ବଙ୍ଗ ଗସ୍ତ କରିସାରିଲେଣି । ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓୱେସୀଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ କୁହାଯାଉଛି ଯେ ଏଆଇଏମଆଇଏମ ତୃଣମୂଳ କଂଗ୍ରେସର ଭୋଟ କାଟିପାରେ । ପଶ୍ଚିମବଙ୍ଗର ମୁସଲିମ ଭୋଟରଙ୍କ ସଂଖ୍ୟା ପ୍ରାୟ 30 ପ୍ରତିଶତ ଏବଂ ଏଭଳି ପରିସ୍ଥିତିରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାପୂର୍ବରୁ ବିହାର ବିଧାନସଭା ନିର୍ବାଚତନରେ 5ଟି ସିଟ ଜିତିଥିଲା ଏଆଇଏମଆଇଏମ ।

Last Updated : Mar 23, 2021, 10:56 PM IST

ABOUT THE AUTHOR

...view details