ଓଡିଶା

odisha

ETV Bharat / bharat

AIMIM ନେତା ଗିରଫ, ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗ ଉପରେ ଦେଇଥିଲେ ବିବାଦୀୟ ବୟାନ - AIMIM ନେତା ଗିରଫ

ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗ ଉପରେ ବିବାଦୀୟ ବୟାନ ଦେବା ଅଭିଯୋଗରେ AIMIM ନେତା ଦାନିଶ କ୍ୟୁରେସୀଙ୍କୁ ଗିରଫ କଲା ଅହମ୍ମଦାବାଦ ପୋଲିସ । ଅଧିକ ପଢନ୍ତୁ

AIMIM ନେତା ଗିରଫ, ଶିବଲିଙ୍ଗ ଉପରେ ଦେଇଥିଲେ ବିବାଦୀୟ ବୟାନ
AIMIM ନେତା ଗିରଫ, ଶିବଲିଙ୍ଗ ଉପରେ ଦେଇଥିଲେ ବିବାଦୀୟ ବୟାନ

By

Published : May 18, 2022, 8:44 PM IST

ଗାନ୍ଧୀନଗର:AIMIM ନେତା ଦାନିଶ କ୍ୟୁରେସୀଙ୍କୁ ଗିରଫ କରିଛି ଅହମ୍ମଦାବାଦ ପୋଲିସ । ସୋସିଆଲ ମିଡିଆରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ତଥା ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି କଲା ଭଳି ମନ୍ତବ୍ୟ ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଉତ୍ତର ପ୍ରଦେଶର ବାରାଣାସୀରେ ଥିବା ଜ୍ଞାନବ୍ୟାପୀ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଆପତ୍ତିଜନକ ତଥା ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ତାଙ୍କୁ ପୋଲିସ ଉଠାଇ ନେଇଛିି । ଦାନିଶ କ୍ୟୁରେସୀଙ୍କ ବିରୋଧରେ IT ଆକ୍ଟ ଓ IPC ର ଧାରା 153-A, 295-A ରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

ABOUT THE AUTHOR

...view details