ଓଡିଶା

odisha

ETV Bharat / bharat

UP POLL: ମେଣ୍ଟରେ ନିର୍ବାଚନ ଲଢିବ AIMIM, କ୍ଷମତାକୁ ଆସିଲେ ଦୁଇ ମୁଖ୍ୟମନ୍ତ୍ରୀ ଓ ୩ ଉପମୁଖ୍ଯମନ୍ତ୍ରୀ - ଉତ୍ତର ପ୍ରଦେଶ ନିର୍ବାଚନ ଅପଡେଟ

ମେଣ୍ଟରେ ଉତ୍ତର ପ୍ରଦେଶ ନିର୍ବାଚନୀ ମୈଦାନକୁ ଓହ୍ଲାଇବ AIMIM । ମେଣ୍ଟ ନେଇ ସ୍ପଷ୍ଟ କଲେ ଦଳ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । କହିଲେ କ୍ଷମତାକୁ ଆସିଲେ ନିଯୁକ୍ତ ହେବେ ଦୁଇ ମୁଖ୍ୟମନ୍ତ୍ରୀ ଓ ୩ ଉପମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

UP POLL: ଭାରତ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ ନେଇ ଘୋଷଣା କଲେ ଓୱେସୀ
UP POLL: ଭାରତ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟ ନେଇ ଘୋଷଣା କଲେ ଓୱେସୀ

By

Published : Jan 22, 2022, 3:38 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ମେଣ୍ଟରେ ଲଢିବ ଅସାଦୁଦ୍ଦିନ ଓୱେସୀଙ୍କ ଦଳ AIMIM । ବାବୁ ସିଂ କୁଶୱା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ସହ ମେଣ୍ଟରେ AIMIM ନିର୍ବାଚନ ଲଢିବା ନେଇ ଆଜି (ଶନିବାର) ସ୍ପଷ୍ଟ କରିଛନ୍ତି ଦଳ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । କେବଳ ସେତିକି ନୁହେଁ, ଏହି ମିଳିତ ମଞ୍ଚ କ୍ଷମମତାକୁ ଆସିଲେ ଦୁଇ ମୁଖ୍ୟମନ୍ତ୍ରୀ ଓ ୩ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ସରକାର ଗଠନ ହେବା ନେଇ ମଧ୍ୟ ଓଓ୍ବେସୀ ଘୋଷଣା କରିଛନ୍ତି ।

ଆଜି (ଶନିବାର) ଓଓ୍ବେସୀ କହିଛନ୍ତି ତାଙ୍କ ମିଳିତ ମଞ୍ଚ ଯଦି ଉତ୍ତର ପ୍ରଦେଶରେ କ୍ଷମତାକୁ ଆସେ ତେବେ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯିବ । ଏହି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜଣେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟରୁ ଚୟନ ହେବାକୁ ଥିବା ବେଳେ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ଦଳିତ ସମ୍ପ୍ରଦାୟରୁ ରହିବେ । ସେହିପରି ଅନ୍ୟ ୩ ଉପମୁଖ୍ୟମନ୍ତ୍ରୀ ସଂଖ୍ୟାଲଘୁ ତଥା ମୁସଲମାନ ସମ୍ପ୍ରଦାୟରୁ ଚୟନ ହେବେ ବୋଲି କହିଛନ୍ତି ଓଓ୍ବେସୀ ।

ନିକଟରେ ଓଓ୍ବେସୀ ଉତ୍ତର ପ୍ରଦେଶର ଅନ୍ୟ ରାଜନୈତିକ ଦଳ ମାନଙ୍କ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ । ଓଓ୍ବେସୀ କହିଥିଲେ ଅନ୍ୟ ରାଜନୈତିକ ଦଳ ମାନେ ସଂଖ୍ୟାଲଘୁ ବିରୋଧୀ । ମୁସଲମାନଙ୍କ ସ୍ବାର୍ଥ ପାଇଁ କେହି କାର୍ଯ୍ୟ କରୁନାହାନ୍ତି । ପ୍ରଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ଅନ୍ୟାୟ ବଢିବାରେ ଲାଗିଛି । ତେବେ ତାଙ୍କ ଦଳ ନିର୍ବାଚନୀ ମେଣ୍ଟ ଫର୍ମକୁ ଆସିବା ପରେ ସେ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଆସନ ସ୍ପଷ୍ଟ କରିବା ସହ ଏହି ପଦବୀ ପାଇଁ ନେତା କେଉଁ ଆଧାରରେ ଚୟନ ହେବ ତାକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି ।

ଉତ୍ତର ପ୍ରଦେଶରେ ଫେବୃଆରୀ 10ରୁ ସମସ୍ତ 403 ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ରାଜ୍ୟରେ ଫେବୃଆରୀ 10 ତାରିଖ, 14, 20, 23, 27, ମାର୍ଚ୍ଚ 3 ଏବଂ 7 ତାରିଖରେ ମୋଟ ସାତୋଟି ପର୍ଯ୍ୟାୟରେ ମତଦାନ ହେବା ନେଇ ତାରିଖ ସ୍ଥିର କରାଯାଇଥିବା ବେଳେ ମାର୍ଚ୍ଚ ୧୦ ତାରିଖରେ ମତ ଗଣନା ଓ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details