ଓଡିଶା

odisha

ETV Bharat / bharat

Owaisi challenges Rahul Gandhi: କହିଲେ ଦମ ଅଛି ତ ହାଇଦ୍ରାବାଦରୁ ନିର୍ବାଚନ ଲଢ଼ - ରାହୁଲ ଗାନ୍ଧୀଙ୍କୁ ଏଆଇଏମଆଇଏମ ମୁଖ୍ୟଙ୍କ ଚ୍ୟାଲେଞ୍ଜ

AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ୱାଇନାଡରୁ ନୁହେଁ ହାଇଦ୍ରାବାଦରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଛନ୍ତି ଅସାଦୁଦ୍ଦିନ । ଅଧିକ ପଢନ୍ତୁ

Owaisi challenges Rahul Gandhi
ରାହୁଲଙ୍କୁ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ଚ୍ୟାଲେଞ୍ଜ

By ETV Bharat Odisha Team

Published : Sep 25, 2023, 10:53 AM IST

ହାଇଦ୍ରାବାଦ:ରାହୁଲଙ୍କୁ ଟାର୍ଗେଟ କରି ବର୍ଷିଲେ ପୁଣି ନିର୍ବାଚନ ଲଢିବା ନେଇ ଚ୍ୟାଲେଞ୍ଜ ଦେଲେ AIMIM ମୁଖ୍ୟ ।କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସି । ଆସନ୍ତା ଲୋକସଭା ନିର୍ବାଚନରେ ୱାଇନାଡା ନୁହେଁ ହାଇଦ୍ରାବାଦରୁ ନିର୍ବାଚନ ଲଢିବାକୁ ରାହୁଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅସାଦୁଦ୍ଦିନ ଓୱେସି । ହାଇଦ୍ରାବାଦରେ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏକ ଜନସଭାକୁ ସମ୍ବୋଧିତ କରି ଏହା କହିଛନ୍ତି AIMIM ମୁଖ୍ୟ ।

AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସି କହିଛନ୍ତି, "ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ବାବ୍ରୀ ମସଜିଦ ଏହି ପୁରାତନ ରାଜନୈତିକ ଦଳ ପାଇଁ ଭାଙ୍ଗିଛି । ମୁଁ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରୁଛି ସେ ୱାଇନାଡ ନୁହେଁ ହାଇଦ୍ରାବାଦକୁ ନିର୍ବାଚନ ଲଢନ୍ତୁ । କଂଗ୍ରେସ ଲୋକ ବହୁତ ଆସିବେ । ଏଥର ୱାଇନାଡ ନୁହେଁ ହାଇଦ୍ରାବାକୁ ମୁକାବିଲା କର । ମୁଁ ଚ୍ୟାଲେଞ୍ଜ କରୁଛି ଦମ ଅଛି ତ ଆସ ହାଇଦ୍ରାବାଦରୁ ଲଢ । ବଡ ବଡ କଥା କହୁଛ ଖାଲି କଥା କାହିଁକି କହୁଛ ଏହି ମାଟି ଉପରକୁ ଆସ । ମୋ ସହ ମୁକାବିଲା କର । ସେରୱାନୀ ଦାଢି ଟୋପି ବାଲା ସହ ମୁକାବିଲା କର । ପାର୍ଲାମେଣ୍ଟ୍‌ରେ ଜଣେ ମୁସଲାମାନେ ସାଂସଦଙ୍କୁ ଏଣୁତେଣୁ କହିଥିଲେ ମୁଁ ତାଙ୍କୁ କହିଥିଲି ବସିଯାଅ ମୋ ସହ ମୁକାବିଲା କରିପାରିବ ନାହିଁ ।"

ଆସାଦୁଦ୍ଦିନ ଓୱେସି ଆହୁରି କହିଛନ୍ତି, "ହାଇଦ୍ରାବାଦରେ ଆମ ଦଳକୁ ମଜଭୁତ କରିବାକୁ ବହୁତ କଷ୍ଟ କରିବାକୁ ପଡ଼ିଛି । ଏହି କଂଗ୍ରେସ ସରକାର ଥିଲା ଯେବେ ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା । ସଂସଦରେ ଜଣେ ବିଜେପି ସାଂସଦ ଜଣେ ମୁସଲିମ ସାଂସଦଙ୍କୁ ଗାଳି ଦେଇଥିଲେ । ଲୋକ କହିଲେ ପାର୍ଲାମେଣ୍ଟରେ ଏପରି କହିବାର ନଥିଲା । ମୁସଲମାନଙ୍କୁ ଗାଳି ଦିଆଯାଉଛି । ମୋ ବୟସ 8-9 ବର୍ଷ ଥିଲା ସେବେଠୁ ଆମକୁ ଗାଳି ହେଉଥିବା ଶୁଣିଛି । ସେବେ ମୁଁ ଶୁଣୁଥିଲି ଆଜି ମୋ ପିଲା ଶୁଣୁଛନ୍ତି । ସମୟ ଆସିବ ପାର୍ଲାମେଣ୍ଟରେ ମୁସଲିମଙ୍କୁ ଅତ୍ୟାଚାର ଶିକାର ହେବାକୁ ପଡ଼ିବ । ସବକା ସାଥ୍‌ ସବକା ବିକାଶ କେଉଁଠି ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ବି ଶଦ୍ଦ କହିବେ ନାହିଁ ।"

ଏହା ବି ପଢନ୍ତୁ...ଯଦି ରାହୁଲଙ୍କ ମୃତ୍ୟୁ ହୋଇଛି, ଭାରତ ଯୋଡ଼ ଯାତ୍ରାରେ କଣ ଭୂତ ବୁଲୁଛି: ଓୱେସି

ତେଲେଙ୍ଗାନାରେ କଂଗ୍ରେସ ଦଳ ବିଆରଏସ ବିପକ୍ଷରେ ଲଢୁନାହିଁ । ମାତ୍ର ବିଆରଏସ, ବିଜେପି ଓ ଏଆଇଏମଆଇଏମ ମିଳିତ ଭାବେ ଲଢୁଛନ୍ତି । ସେମାନେ ଭିନ୍ନ କହୁଥିଲେ ବି ପରସ୍ପର ସହ ମିଳିତ ଭାବେ କାର୍ଯ୍ୟ କରୁଥିବା ପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ । ଏହା ସହିତ ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ଆହୁରି କହିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସିଙ୍କ ବିରୋଧରେ କୌଣସି ସିବିଆଇ କିମ୍ବା ଇଡି ମାମଲା ନାହିଁ ତେଣୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଜର ଲୋକ ବୋଲି ବିବେଚନା କରିଛନ୍ତି ।

ଏହା ବି ପଢନ୍ତୁ...Telangana: କଂଗ୍ରେସର 6 ଗ୍ୟାରେଣ୍ଟି ଘୋଷଣା, ମହିଳାଙ୍କୁ ମାସିକ 2500 ଟଙ୍କା, 5ଶହ ଟଙ୍କାରେ LPG ସିଲିଣ୍ଡର

ପ୍ରକାଶ ଥାଉ କି, ଦକ୍ଷିଣ ରାଜ୍ୟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଶାସକ BRS ତାର ପ୍ରାର୍ଥୀ ତାଲିକା ଜାରି କରି ସାରିଛି । କଂଗ୍ରେସ କ୍ଷମତାକୁ ଆସିଲେ 6ଟି ଗ୍ୟାରେଣ୍ଟି ପୂରଣ କରିବ ବୋଲି ଘୋଷଣା କରିଛି । ଏନେଇ ଗ୍ୟାରେଣ୍ଟି କାର୍ଡ ଘୋଷଣା କରିଛି ଦଳ । ଯେଉଁଥିରେ ମହିଳାଙ୍କୁ ମାସିକ 2500 ଟଙ୍କା ଓ 5ଶହ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ଦେବ ବୋଲି ଗ୍ୟାରେଣ୍ଟି ଦେଇଛି ।

ABOUT THE AUTHOR

...view details