ଓଡିଶା

odisha

ETV Bharat / bharat

ମଡର୍ଣ୍ଣ ରାମଲୀଳା କରି ବିବାଦରେ ମେଡିକାଲ ଛାତ୍ରଛାତ୍ରୀ, କ୍ଷମା ମାଗିଲା AIIMS ଛାତ୍ରସଂଘ

ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ । ଅଶ୍ଳୀଳ ଡାଏଲଗରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦଙ୍କ ଅପମାନ । ଏହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ । ଅଧିକ ପଢନ୍ତୁ...

ମଡର୍ଣ୍ଣ ରାମଲୀଳା କରି ବିବାଦରେ ମେଡିକାଲ ଛାତ୍ରଛାତ୍ରୀ, କ୍ଷମା ମାଗିଲା AIIMS ଛାତ୍ରସଂଘ
ମଡର୍ଣ୍ଣ ରାମଲୀଳା କରି ବିବାଦରେ ମେଡିକାଲ ଛାତ୍ରଛାତ୍ରୀ, କ୍ଷମା ମାଗିଲା AIIMS ଛାତ୍ରସଂଘ

By

Published : Oct 18, 2021, 6:43 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ(AIIMS)ରେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି କିଛି ମେଡିକାଲ ଛାତ୍ରଛାତ୍ରୀ । ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ । ଅଶ୍ଳୀଳ ଡାଏଲଗରେ ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ରାମଚନ୍ଦଙ୍କ ଅପମାନ । ଏହାକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ଝଡ ।

ମଡର୍ଣ୍ଣ ରାମଲୀଳା କରି ବିବାଦରେ ଏମ୍ସର ମେଡିକାଲ ଛାତ୍ରଛାତ୍ରୀ । ଖୋଲା ମଞ୍ଚରେ ରାମୟଣର ବିଭିନ୍ନଚରିତ୍ରକୁ କରିଛନ୍ତି ପରିହାସ । ଏମ୍ସ ଛାତ୍ରଛାତ୍ରୀଙ୍କ ଅଶାଳୀନତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଚଳିତ ଥର NEET ଟପ୍ପର ସୋଏବ ଅଫତାବ ରାମଲୀଳା ଚରିତ୍ରରେ ନଜ ଆଲିଛନ୍ତି, ଯାହାକୁ ନେଇ ବିବାଦ ଏବେ ଜୋର ଧରିଛି । ସୋଏବ ଓଡିଶାକୁ ଲଜ୍ଜିତ କରିଥିବା ଚାରିଆଡେ ଆଲୋଚନା ହେଉଛି । ସେପଟେ ଏଭଳି ଅଭଦ୍ରତା ପାଇଁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ସେପଟେ ଘଟଣା ବିବାଦର ରୂପ ନେବା ପରେ କ୍ଷମା ପ୍ରାର୍ଥନା କରିଛି ଏମ୍ସ ଛାତ୍ରସଂଘ ।

ABOUT THE AUTHOR

...view details