ନୂଆଦିଲ୍ଲୀ:ପୂର୍ବ କୋଭିଡ ନିୟମରେ ପରିବର୍ତ୍ତନ କଲା AIIMS । ଏଣିକି ଭର୍ତ୍ତି ହେଉଥିବା ସମସ୍ତ ରୋଗୀଙ୍କ କୋଭିଡ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ । ପୂର୍ବରୁ ଭର୍ତ୍ତି ହେଉଥିବା ସମସ୍ତ ରୋଗୀଙ୍କ ପାଇଁ କୋଭିଡ ଟେଷ୍ଟିଂ ବାଧ୍ୟତାମୂଳକ ରହିଥିଲା, ଯାହା ଆଜି ଠାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏମ୍ସ କର୍ତ୍ତୁପକ୍ଷ ।
AIIMS ଡାକ୍ତରୀ ଅଧୀକ୍ଷକ ଡ.କେ ଶର୍ମା ଏକ ନିର୍ଦ୍ଦେଶାବଳୀ ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଯେକୌଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ ଟେଷ୍ଟିଂ ପାଇଁ ପରାମର୍ଶ ନ ଦେବା ପାଇଁ ନୋଟିସ ସମସ୍ତ କ୍ଲିନିକାଲ୍ ଏବଂ ଡାଇଗ୍ନୋଷ୍ଟିକ୍ ବିଭାଗର ମୁଖ୍ୟ ତଥା ଇନ୍ଚାର୍ଜ / ରେସିଡେନ୍ସ ଡାକ୍ତର / ବୈଷୟିକ କର୍ମଚାରୀ ଏବଂ ନର୍ସିଂ କର୍ମଚାରୀଙ୍କୁ ନୋଟିସରେ କୁହାଯାଇଛି ।