ଓଡିଶା

odisha

By

Published : Jun 24, 2022, 11:21 AM IST

ETV Bharat / bharat

ବଢିଲା ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ବଢିଲା ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ ଏମ୍ସର ନିର୍ଦ୍ଦେଶକ(AIIMS Director)ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ବଢିଲା ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ
ବଢିଲା ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ବଢିଲା ଏମ୍ସ ନିର୍ଦ୍ଦେଶକଙ୍କ(AIIMS Director) କାର୍ଯ୍ୟକାଳ । ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ (ଏମ୍ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ ଆଉ ୩ ମାସ ବୃଦ୍ଧି କରାଯାଇଛି । ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହାକୁ ପୁଣି ୩ ମାସ ବୃଦ୍ଧି କରାଯାଇଛି । ଏନେଇ ଗୁରବାର ଘୋଷଣା କରାଯାଇଛି ।

ସୂଚନାଅନୁସାରେ, ଗତ ମାର୍ଚ୍ଚ ୨୪ରେ ଗୁଲେରିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିଲାବେଳେ ସରକାର ଏହାକୁ ତିନି ମାସ ବୃଦ୍ଧି କରିଥିଲେ । ସୂଚନାଅନୁସାରେ ଗୁଲେରିଆ ୨୦୧୭ ମସିହା ମାର୍ଚ୍ଚ ୨୮ ତାରିଖରେ ଏମସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ବୈଠକରେ ଗୁଲେରିଆଙ୍କ ପରେ ଦାୟିତ୍ବ ଗ୍ରହଣ କରିବାକୁ ପରବର୍ତ୍ତୀ ନିର୍ଦ୍ଦେଶକଙ୍କ ନାମ ସ୍ଥିର ହୋଇ ନ ପାରିବାରୁ ପୁନର୍ବାର ତାଙ୍କ କାର୍ଯ୍ୟକାଳ ତିନି ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପୁନଶ୍ଚ ଏଥିପାଇଁ ଏକ ସମ୍ଭାବ୍ୟ ନାମ ତାଲିକା ପସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି । ଏଣ୍ଡୋକ୍ରାଇନୋଲଜି ବିଭାଗ ମୁଖ୍ୟ ଡା. ନିଖିଲ ଟଣ୍ଡନ, ଟ୍ରମା ସେଣ୍ଟର ତଥା ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ଡା. ରାଜେଶ ମାଲହୋତ୍ରା ଓ ଗ୍ୟାଷ୍ଟ୍ରୋଏ​ଣ୍ଡ୍ରୋଲୋଜି ମୁଖ୍ୟ ଡା. ପ୍ରମୋଦ ଗର୍ଗଙ୍କ ନାମ ଗୁଲେରିଆଙ୍କ ପରେ ନିର୍ଦ୍ଦେଶକ ପାଇଁ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ କମିଟି ଏହାକୁ ଗ୍ରହଣ କରିନାହିଁ ।

ABOUT THE AUTHOR

...view details