ନୂଆଦିଲ୍ଲୀ:କୋରୋନା ମହାମାରୀଠାରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ଟୀକାକରଣ ଉପରେ ଗୁରୁତ୍ବ ଦେଇଛି ଭାରତ ବାୟୋଟେକ । ଏଥିଲାଗି ଆସନ୍ତାକାଲି(ମଙ୍ଗଳବାର) ଭାରତ ବାୟୋଟକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡିଛି ।
ପୂର୍ବରୁ 12 ବର୍ଷରୁ 18 ବର୍ଷ ମଧ୍ୟରେ ଥିବା ଛୋଟ ପିଲାଙ୍କ କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ସେମାନଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ମଙ୍ଗଳବାର 6ରୁ 12 ବର୍ଷ ବୟସର ଶିଶୁଙ୍କ ଉପରେ ଟିକା ପରୀକ୍ଷଣ ହେବା ପରେ 2ରୁ 6 ବର୍ଷ ବୟସର ଶିଶୁଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ପାଇଁ AIIMS ଦିଲ୍ଲୀ ଲକ୍ଷ୍ୟ ରଖିଛି । ମୋଟ 525ଟି କେନ୍ଦ୍ରରେ ଏହି କ୍ଲିନିକାଲ ଟ୍ରାଏଲ କରାଯାଉଛି ବୋଲି ସୂଚନା ମିଳିଛି ।