ଚେନ୍ନାଇ:ତାମିଲନାଡୁ଼ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ସଭାପତି କେ ପଲାନିସ୍ବାମୀଙ୍କ ରେକର୍ଡ । ଇଦାପାଦ୍ଦି ବିଧାନସଭା ଆସନରେ 50 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କେ. ପଲାନିସ୍ବାମୀ । ଏହି ବିଜୟ ହାସଲ କରି ସେ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି । ଗୋଟିଏ ଆସନରେ ସେ ଲଗାତାର ତିନି ଥର ବିଜୟୀ ହୋଇଛନ୍ତି ।
ଏହି ବିଧାନସଭା ଆସନରେ ଡିଏମକେ ପ୍ରାର୍ଥୀ ସମତ କୁମାରଙ୍କ ସହ ପାଲାନିସ୍ବାମୀ ପ୍ରତିଦ୍ବନ୍ଦିତା କରୁଥିଲେ । ଶେଷ ରାଉଣ୍ଡ ଗଣତି ବେଳକୁ ଡିଏମକେ ପ୍ରାର୍ଥୀ ସମତ କୁମାରଙ୍କୁ ମାତ୍ର 50 ହଜାର 163 ଭୋଟ ମିଳିଥିଲା । ତେବେ ତାଙ୍କଠାରୁ 50 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କେ ପାଲାନିସ୍ବାମୀ ।