ଓଡିଶା

odisha

ETV Bharat / bharat

NDA ସହ ମେଣ୍ଟ ଭାଙ୍ଗିଲା AIADMK, ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ତିକ୍ତତା

ବିଜେପି ଓ ଏନଡିଏ ସହ ମେଣ୍ଟ ଭାଙ୍ଗିଲା AIADMK । ବିଜେପି ରାଜ୍ୟ ସଭାପତି ଆନ୍ନାମଲାଇଙ୍କ ମନ୍ତବ୍ୟ ପରେ ଜାରି ରହିଥିଲା ତିକ୍ତତା । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 25, 2023, 6:32 PM IST

NDA ମେଣ୍ଟ ଭାଙ୍ଗିଲା AIADMK, ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ତିକ୍ତତା
NDA ମେଣ୍ଟ ଭାଙ୍ଗିଲା AIADMK, ଆନ୍ନାମଲାଇଙ୍କ ମନ୍ତବ୍ୟକୁ ନେଇ ଲାଗି ରହିଥିଲା ତିକ୍ତତା

ଚେନ୍ନାଇ: ଦକ୍ଷିଣ ଭାରତ ରାଜନୀତିରେ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିକୁ ଝଟକା ଲାଗିଛି । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ତାମିଲନାଡୁର ବିରୋଧୀ ଦଳ ତଥା ବିଜେପିର ଦୀର୍ଘ ସହଯୋଗୀ AIADMK । ନିକଟରେ ରାଜ୍ୟ ବିଜେପି ୟୁନିଟ ମୁଖ୍ୟ କେ.ଆନ୍ନାମଲାଇଙ୍କ ମନ୍ତବ୍ୟ ପରେ ଉଭୟ ଦଳ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଆଜି (ସୋମବାର) ଦଳୀୟ ବୈଠକରେ ଏକ ସଙ୍କଳ୍ପ ପାରିତ କରି ବିଜେପି ଓ ଏନଡିଏ ମେଣ୍ଟରୁ ଦଳ ଓହରିବାକୁ ନିଷ୍ପତ୍ତି ନେଇଥିବା ଦଳର ଉପ ସଂଯୋଜକ କେ.ପି ମୁନୁସାମୀ ଗଣମାଧ୍ୟମରେ ଘୋଷଣା କରିଛନ୍ତି ।

ବୈଠକରେ ସଙ୍କଳ୍ପ ପାରିତ ହେବା ପରେ ଏକ ପ୍ରେସମଟିରେ ମୁନୁସାମୀ କହିଛନ୍ତି,‘‘ ଆଜି ସମସ୍ତ ସଦସ୍ୟଙ୍କ ସମ୍ମତିକ୍ରମେ ପାରିତ ସଙ୍କଳ୍ପରେ AIADMK ବିଜେପି ଓ ଏହାର ନେତୃତ୍ବାଧୀନ ମେଣ୍ଟ ‘ଏନଡିଏ’ ସହ ସମସ୍ତ ସମ୍ପର୍କ ଛିନ୍ନ କରୁଛି । ଦଳର ରାଜ୍ୟ ନେତାମାନେ ନିୟମିତ AIADMK ବହୁ ବରିଷ୍ଠ ତଥା ଦିବଙ୍ଗତ ନେତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଯାହା ଦଳରେ ଗ୍ରହଣୀୟ ନଥିଲା । ତେଣୁ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।’’

ରାଜ୍ୟ ବିଜେପି ମୁଖ୍ୟ କେ.ଆନ୍ନାମଲାଇ AIADMKର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରନ, ତାଙ୍କର ରାଜନୈତିକ ମାର୍ଗଦର୍ଶକ ତଥା ତାମିଲ ରାଜନୀତିର ଭେଟେରାନ ଆନ୍ନାଦୁରାଇଙ୍କ ସମେତ ଏକାଧିକ ନେତାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ହିନ୍ଦୁତ୍ବ ପ୍ରସଙ୍ଗରେ ଆନ୍ନାମଲାଇ ଏହି ନେତାମାନଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ବିଜେପି- ଏଆଇଡିଏମକେ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-ଏବେ BJP ସହ କୌଣସି ମେଣ୍ଟ ନାହିଁ, ନିର୍ବାଚନ ଆସିଲେ ବିଚାର କରାଯିବ: AIADMK

ତେବେ କେନ୍ଦ୍ରରେ ପୂର୍ଣ୍ଣ ବହୁମତରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ସ୍ଥିତି କୌଣସି ବି ଦକ୍ଷିଣ ଭାରତୀୟ ରାଜ୍ୟରେ ସୁଦୃଢ଼ ନାହିଁ । ତାମିଲନାଡ଼ୁରେ ଏବେ ଷ୍ଟାଲିନଙ୍କ ନେତୃତ୍ବାଧୀନ ଡିଏମକେ ଶାସନରେ ଥିବା ବେଳେ AIADMK ବିରୋଧୀ ଦଳ ଭୂମିକାରେ ରହିଛି । AIADMK ମଧ୍ୟ ବିଜେପି ନେତୃତ୍ବାଧୀନ NDA ମେଣ୍ଟର ସକ୍ରିୟ ସହଯୋଗୀ ଥିଲା । ନିକଟରେ NDA ମେଣ୍ଟ ବୈଠକରେ ଦଳର ସର୍ବୋଚ୍ଚ ନେତା ତଥା ପୂର୍ବତନ ମୁଖ୍ୟ କେ.ପଲାନିସାମି ମଧ୍ୟ ଅଂଶଗ୍ରହଣ କରିଥିଲେ । ହେଲେ ବିଜେପିର ଯୁବନେତା ତଥା ରାଜ୍ୟ ୟୁନିଟ୍‌ ସଭାପତି ଆନ୍ନାମଲାଇଙ୍କ ମନ୍ତବ୍ୟ ନେଇ ଦୁଇ ଦଳ ମଧ୍ୟରେ ଥିବା ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details