ଓଡିଶା

odisha

By

Published : Jan 7, 2023, 4:57 PM IST

ETV Bharat / bharat

Urinating Incident: 14ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ

14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରା । ସକାଳେ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀ ଆଣିଥିଲା ପୋଲିସ । ଡେସେମ୍ବର 6 ତାରିଖରେ ଘଟିଥିଲା ଘଟଣା (AI passenger urinating incident)। ଅଧିକ ପଢନ୍ତୁ

14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ
14 ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ

ନୂଆଦିଲ୍ଲୀ:ଡିସେମ୍ବର 6 ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଥିବା ଶଙ୍କର ମିଶ୍ରାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ । ଆଜି (ଶନିବାର) ସକାଳେ ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯିବା ପରେ ଦିଲ୍ଲୀ ଅଣାଯାଇଥିଲା । ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା ପୋଲିସ । ତେବେ କୋର୍ଟ ତାଙ୍କୁ 14ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛନ୍ତି (accused Shankar Mishra to 14 days judicial custody)।

ଗତ ବୁଧବାର ଦିନ ଏୟାର ଇଣ୍ଡିଆ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ଗୁରୁବାର ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଲୁକ୍‌ ଆଉଟ୍‌ ସର୍କୁଲାର (LOC) ଜାରି କରିଥିଲା । ଘଟଣାର ପ୍ରାୟ 6 ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ଆଜି ବେଙ୍ଗାଲୁରୁରୁ ଶଙ୍କର ମିଶ୍ରାଙ୍କୁ ଗିରଫ କରି ଦିଲ୍ଲୀରେ କୋର୍ଟରେ ହାଜର କରିଥିଲା ପୋଲିସ ।

ଡିସେମ୍ବର 6 ତାରିଖରେ ଏହି ଘଟଣା ଘଟିଥିଲେ ସୁଦ୍ଧା ଦୁଇ ଯାତ୍ରୀଙ୍କ ମଧ୍ୟରେ ଆଲୋଚନା ଓ କ୍ଷମା ପ୍ରାର୍ଥନା ପରେ ଅଭିଯୁକ୍ତ ଶଙ୍କରଙ୍କୁ ଛାଡି ଦିଆଯାଇଥିବା ସୂଚନା ମିଳିଥିଲା । ପରେ ଏହି ଘଟଣା ପୁଣି ଖବରର ମୁଖ୍ୟସ୍ରୋତକୁ ଫେରିଥିଲା । ଦିଲ୍ଲୀ ପୋଲିସ ଘଟଣାରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୫୪, ୫୦୯, ୫୧୦ ରେ ଏବଂ ୨୩ ଅନୁଯାୟୀ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଗତକାଲି (ଶୁକ୍ରବାର) ଦିଲ୍ଲୀ ପୋଲିସ ବିମାନ କମ୍ପାନୀର ୬ରୁ ୮ ଜଣ କ୍ରୁ ସଦସ୍ୟଙ୍କୁ ସମନ ଜାରି କରିଥିଲା । ସେମାନଙ୍କ ମଧ୍ୟରେ ବିମାନର ପାଇଲଟ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ତେବେ ଆଜି ଶଙ୍କର ଗିରଫ ହୋଇ କୋର୍ଟ ଫରଓ୍ବାର୍ଡ ହେବା ପରେ ତାଙ୍କୁ 14 ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି ।

ଅନ୍ୟପଟେ ଆଜି ବିମାନ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି ଏୟାର ଇଣ୍ଡିଆ । ଡିସେମ୍ବର 6 ଓ ପୂର୍ବରୁ ନଭେମ୍ବର 26 ରେ ହୋଇଥିବା ସମାନ ଘଟଣାରେ ଜଣେ ପାଇଟଲ ଓ 4 କ୍ର୍ୟୁ ସଦସ୍ୟଙ୍କୁ ଦାୟିତ୍ବରୁ ଅପସାରଣ କରିଛି ସଂସ୍ଥା । ମିଳିଛି (mid air urination incidents in Air india flight )। ଏହି ପାଇଲଟଙ୍କ ସମେତ କ୍ର୍ୟୁ ସଦସ୍ୟମାନେ ଉକ୍ତ ଦୁଇ ଘଟଣାରେ ବିମାନ ଉଡାଣ ଦାୟିତ୍ବରେ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details