ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦର ମଣିନଗରରେ ଥିବା ଏକ ମେଡିକାଲ କଲେଜର ନାମ ପରିବର୍ତ୍ତନ କରାଯାଇଛି । ଏଏମସି ମେଡିକାଲ କଲେଜ 'AMC MET Medical College' ଭାବରେ ପରିଚୟ ହାସଲ କରିଥିବା କଲେଜର ନାମ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ଧାରାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଛି । ଟିଆରଏସ କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ଏହାକୁ ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ।
ଟ୍ବିଟ କରି କେଟିଆର କହିଛନ୍ତି, ଅହମ୍ମଦାବାଦର ଏଲଜି ମେଡିକାଲ କଲେଜର ନାମ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଡିକାଲ କଲେଜ ରଖାଯାଇଛି । ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନାମିତ ହୋଇ ସାରିଛି । ଯଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଧାରା ଆରମ୍ଭ କରିବେ ତେବେ ଆରବିଆଇକୁ ନୂଆ ନୋଟ ଛାପିବାକୁ ନିର୍ଦ୍ଦେଶ ଦେଇପାରିବେ । ନୋଟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ମୋଦିଙ୍କ ଫଟୋ ରଖିପାରିବେ ।''