ନୂଆଦିଲ୍ଲୀ:ଆସନ୍ତା ମାସରେ ଭାରତ ଗସ୍ତ କରିପାରନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) । ତେବେ ପୁତିନଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷ ସହ ଏକ ପ୍ରମୁଖ ସାମରିକ ଚୁକ୍ତିର ଚୂଡାନ୍ତ ପ୍ରକ୍ରିୟା ଶେଷ କରିଛି । ଋଷ ଜ୍ଞାନକୌଶଳରେ ଭାରତରେ ପ୍ରସ୍ତୁତ ହେବ AK-203 ଆସଲ୍ଟ ରାଇଫଲ (AK-203 assault rifle )। ଋଷ ଠାରୁ ଜ୍ଞାନକୌଶଳ ହସ୍ତାନ୍ତର ପରେ ଉତ୍ତର ପ୍ରଦେଶର ଆମେଥୀରେ ପ୍ରାୟ 7.5 ଲକ୍ଷ ରାଇଫଲ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ ।
କିଛି ବର୍ଷ ପୂର୍ବେ ଭାରତରେ ଋଷୀୟ ଜ୍ଞାନକୌଶଳେ ନିର୍ମିତ ବିଶ୍ବର ଅନ୍ୟତନ ଅତ୍ୟାଧୁନିକ ରାଇଫଲ (AK-203 assault rifle )ର ନିର୍ମାଣ ହେବା ନେଇ ଉଭୟ ପକ୍ଷ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷାରିତ ହୋଇଥିଲା । ବର୍ତ୍ତମାନ ଚୁକ୍ତିନାମାର ପ୍ରକ୍ରିୟାର ସମସ୍ତ ପର୍ଯ୍ୟାୟ ଶେଷ ହୋଇଥିବାବେଳେ କେବଳ ଚୂଡାନ୍ତ ତଥା ଟେକ୍ନୋଲୋଜି ସ୍ଥାନାନ୍ତର ପ୍ରକ୍ରିୟା ବାକି ରହିଛି ।