ଓଡିଶା

odisha

ETV Bharat / bharat

୫ଜି ସେବା ପାଇଁ ନିର୍ମାଣ ହେବ ୮ ଲକ୍ଷ ଟାୱାର - ଭାରତରେ ହାଇସ୍ପିଡ ୫ଜି ଟାୱାର

ହାଇସ୍ପିଡ ୫ଜି ନେଟୱାର୍କ ଆରମ୍ଭ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ଦେଶରେ ଟେଲିକମ ଭିତ୍ତିଭୂମିକୁ ମଜବୁଜ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ଆସନ୍ତା ଦୁଇବର୍ଷ ଭିତରେ ଦେଶରେ ୮ ଲକ୍ଷ ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

୫ଜି ସେବା ପାଇଁ ନିର୍ମାଣ ହେବ ୮ ଲକ୍ଷ ଟାୱାର
୫ଜି ସେବା ପାଇଁ ନିର୍ମାଣ ହେବ ୮ ଲକ୍ଷ ଟାୱାର

By

Published : Jan 25, 2022, 10:35 AM IST

ନୂଆଦିଲ୍ଲୀ: ଟେଲିକମ ସଂସ୍ଥାରେ ଅଧିକରୁ ଅଧିକ ଅଭିବୃଦ୍ଧି ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଖୁବଶୀଘ୍ର ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବାକୁ ଯାଉଛି । ହାଇସ୍ପିଡ ୫ଜି ନେଟୱାର୍କ ଆରମ୍ଭ ହେବାକୁ ଯାଉଥିବାରୁ କେନ୍ଦ୍ର ସରକାର ଦେଶରେ ଟେଲିକମ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ଆସନ୍ତା ଦୁଇବର୍ଷ ଭିତରେ ଦେଶରେ ୮ ଲକ୍ଷ ନୂଆ ମୋବାଇଲ ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ବର୍ତ୍ତମାନ ଲକ୍ଷ୍ୟ ତୁଳନାରେ ଏହା ଦୁଇ ଗୁଣରୁ ଅଧିକ । ପ୍ରତି ୪ଟିରେ ଯେପରି ୩ଟି ଟାୱାର ଅପ୍ଟିକାଲ ଫାଇବର ଜରିଆରେ ସଂଯୋଗ ସୁନିଶ୍ଚିତ କରିବ ତାହା ସରକାର ନିଶ୍ଚିନ୍ତ କରିବେ ବୋଲି ସୂଚନା ମିଳିଛି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବିଚାର ବିମର୍ଶ ଚାଲିଛି । ନୂତନ ପ୍ରଯୁକ୍ତିକୁ ମମର୍ଥନ ଦେବା ଲାଗି ସରକାର ବ୍ୟାପକ ଡିଜିଟାଲ ପରିବେଶ ନିଶ୍ଚିତ କରିବାକୁ ପଦକ୍ଷେପ ନେଉଛନ୍ତି ।

ବର୍ତ୍ତମାନ ରାତି ପାହିଲେ ଇଣ୍ଟରନେଟର ଆବଶ୍ୟକତା ରହିଛି । ବିଭିନ୍ନ କାର୍ଯ୍ୟରେ ଇଣ୍ଟରନେଟ ବ୍ୟବହାରର ଗୁରୁତ୍ବକୁ ଦୃଷ୍ଟିରେ ରଖି ସରକାର ଡିଜିଟାଲ ଭିତ୍ତିଭୂମିକୁ ମଜବୁଜ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସମ୍ପ୍ରତ୍ତି ଦେଶରେ ୬.୮ ଲକ୍ଷ ଟାୱାର ସ୍ଥାପନ ହୋଇଛି । ୨୦୨୩-୨୪ ମଧ୍ୟରେ ଏହାକୁ ୧୫ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ଶିଳ୍ପ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି ।

ଏହା ବି ପଢନ୍ତୁ...ଭାରତରେ ବିମାନ ଚଳାଚଳ ପାଇଁ ବିପଦ ହେବନି 5G

ନିକଟରେ ୫ଜି ସେବା ବିମାନ ଚଳାଚଳା ପାଇଁ ସଙ୍କଟ ହୋଇପାରେ ବୋଲି ୟୁଏସ ଏୟାରଲାଇନ୍ସ ଆକଳନ କରିଥିଲା ମାତ୍ର ଭାରତର ବିମାନ ସେବା ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି କହିଥିଲା ଟ୍ରାଇ । ଖୁବଶୀଘ୍ର ଦେଶର ୧ହଜାର ସହରରେ ଜିଓର ୫ ଜି ସେବା ଆରମ୍ଭ ହେବାକୁ ଯାଉଛି ।

ABOUT THE AUTHOR

...view details