ଓଡିଶା

odisha

ETV Bharat / bharat

କଂଗ୍ରେସକୁ ତୋମାରଙ୍କ ପରାମର୍ଶ, କହିଲେ କୋଭିଡକୁ ନେଇ ରାଜନୀତି କରନାହିଁ - କୋଭିଡକୁ ନେଇ ରାଜନୀତି କର ନାହିଁ

କୋଭିଡକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସକୁ ପରାମର୍ଶ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Narendra Singh Tomar to Congress) । ଅଧିକ ପଢନ୍ତୁ

Narendra Singh Tomar
Narendra Singh Tomar

By

Published : Dec 23, 2022, 7:40 PM IST

ନୂଆଦିଲ୍ଲୀ:କୋଭିଡକୁ ନେଇ ରାଜନୀତି ନ କରିବା ଲାଗି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର (Union Agriculture Minister Narendra Singh Tomar ) କଂଗ୍ରେସକୁ ପରାମର୍ଶ ଦେଇଛନ୍ତି (Narendra Singh Tomar to Congress) । କୋଭିଡ କେବେ ବି ରାଜନୈତିକ ମୁଦ୍ଦା ହେବା ଅନୁଚିତ ବୋଲି ସେ କହିଛନ୍ତି । ତେବେ ଚୀନରେ କୋରୋନା ମାମଲା ବଢିବା ପରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra)ରେ କୋଭିଡ ନିୟମ ମାନିବାକୁ କହିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ମାତ୍ର ଏହାକୁ ଭାରତ ଯୋଡ଼ ଯାତ୍ରାକୁ ବନ୍ଦ କରିବା ଲାଗି ବିଜେପିର ଷଡ଼ଯନ୍ତ୍ର କହିଥିଲା କଂଗ୍ରେସ । ଏହାପରେ କେନ୍ଦ୍ର କୃଷିମନ୍ତ୍ରୀ କଂଗ୍ରେସକୁ ଏପରି ପରାମର୍ଶ ଦେଇଛନ୍ତି ।

ଏନେଇ କେନ୍ଦ୍ର କୃଷିମନ୍ତ୍ରୀ କହିଥିଲେ, "କଂଗ୍ରେସ ଏବେ ସାରା ଭାରତରେ ଅପ୍ରାସଙ୍ଗିକ ହୋଇପଡ଼ିଛି । କେବଳ ନିଜ ଦଳକୁ ବଞ୍ଚାଇବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଏକ ନୂଆ ଭାରତର ଗଠନ ହେଉଥିବାକୁ କଂଗ୍ରେସ ସହଜରେ ଗ୍ରହଣ କରିପାରୁନାହିଁ । ଏସବୁ ପରେ ବିଶ୍ବରେ ଚିନ୍ତାର କାରଣ ପାଲଟିଥିବା କୋରୋନା ମହାମାରୀକୁ ନେଇ କଂଗ୍ରେସ ରାଜନୀତି କରିବା ଅନୁଚିତ ।" କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଭାରତ ଯୋଡ଼ ଯାତ୍ରାରେ କୋଭିଡ ନିୟମ ପାଳନ କର ନଚେତ ଯାତ୍ରା ବନ୍ଦ କରିବା ଲାଗି କହିବା ପରେ କଂଗ୍ରେସ ବିଜେପି ନେତାଙ୍କ ବିରୋଧରେ ବାକ୍‌ଯୁଦ୍ଧ ଆରମ୍ଭ କରିଥିଲା । ଏହାପରେ କେନ୍ଦ୍ରମନ୍ତ୍ରୀ ତୋମାର ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଏହା ବି ପଢନ୍ତୁ- ରାହୁଲଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ ନିୟମ ମାନନ୍ତୁ, ନଚେତ୍‌ ଭାରତ ଯୋଡ ଯାତ୍ରା ବନ୍ଦ କରନ୍ତୁ

ଚୀନରେ କୋରୋନାର ନୂଆ ଭାରିଏଣ୍ଟ BF.7 ଆତଙ୍କ ଖେଳାଇବା ପରେ ଏହା ଧୀରେ ଧୀରେ ଅନ୍ୟ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ପୂର୍ବରୁ ସତର୍କ ହୋଇଛି ଭାରତ । ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିଲାଗି କେନ୍ଦ୍ର ସରକାର ପ୍ରାକ ସତର୍କତା ଅବଲମ୍ବନ କରିଛନ୍ତି । ଏଯାବତ ଦେଶରେ ଗୁଜୁରାଟରେ ୨ ଜଣ ଓ ଓଡ଼ିଶାରେ ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲିଠୁ ସଂସଦରେ ମଧ୍ୟ ଏହି ନିୟମ ପାଳନ ହୋଇଥିଲା ।

ଏହା ବି ପଢନ୍ତୁ-ନୂଆ ଭାରିଆଣ୍ଟ ଭୟ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିୟ

ଏବେ ରାଜସ୍ଥାନ ଅଲୱାରରେ ଭାରତ ଯୋଡ଼ ଯାତ୍ରା ପହଞ୍ଚିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କୋରୋନା ନିୟମ ପାଳନ କରିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ଲେଖିଥିଲେ । ଏହାସହିତ ଯାତ୍ରାରେ ମାସ୍କ ପରିଧାନ, ସାନିଟାଇଜ ବ୍ୟବହାର ଓ ଟିକା ନେଇଥିବା ବ୍ୟକ୍ତି ସାମିଲ ହେବାକୁ କୁହାଯାଇଥିଲା । ଏହି ଚିଠି ପରେ ବିଜେପିକୁ ଘେରିଥିଲା କଂଗ୍ରେସ । ଯାତ୍ରା ବନ୍ଦ କରିବା ଲାଗି ବିଜେପି ଏପରି ଷଡ଼ଯନ୍ତ୍ର କରୁଥିବା କଂଗ୍ରେସର ଅନେକ ନେତା ଅଭିଯୋଗ ଆଣିଥିଲେ ।

ABOUT THE AUTHOR

...view details