ଓଡିଶା

odisha

ETV Bharat / bharat

ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଭରସା, MSP ଉପରେ ଲିଖିତ ଆଶ୍ବସନା ଦେବେ ସରକାର

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଚାଷୀମାନଙ୍କ ହିତରେ ଏହି ଆଇନ ଅଣାଯାଇଛି । ତେବେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ଉପରେ ଲିଖିତ ଆଶ୍ବସନା ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ । ଅଧିକ ପଢନ୍ତୁ...

ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଭରସା , MSP ଉପରେ ଲିଖିତ ଆଶ୍ବସନା ଦେବେ ସରକାର
ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଭରସା , MSP ଉପରେ ଲିଖିତ ଆଶ୍ବସନା ଦେବେ ସରକାର

By

Published : Dec 10, 2020, 6:04 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ କ୍ରମାଗତ 15 ଦିନ ହେବ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ନିଜ ଦାବିରୁ ହଟିବାକୁ ନାରାଜ ଚାଷୀ । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହାରି ମଧ୍ୟରେ ଚାଷୀଙ୍କୁ ବୁଝାଇବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ସରକାର ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଚାଷୀମାନଙ୍କ ହିତରେ ଏହି ଆଇନ ଅଣାଯାଇଛି । ତେବେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପି ଉପରେ ଲିଖିତ ଆଶ୍ବସନା ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ । ତେବେ ଚାଷୀମାନେ ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରନ୍ତୁ ବୋଲି ସେ କହିଛନ୍ତି ।

କୃଷିମନ୍ତ୍ରୀ କହିଛନ୍ତି, ଚାଷୀମାନେ ଥଣ୍ଡାରେ ବସିଛନ୍ତି । ଏହା ଆମ ପାଇଁ ଚିନ୍ତାର ବିଷୟ । ସରକାର ପ୍ରତ୍ୟେକ ଆପତ୍ତି ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି । ଚାଷୀ ଯେବେ ବି ଚାହିଁବେ ଆମେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ରହିଛୁ । ସରକାରଙ୍କ ମନରେ ଅହଂକାର ନିଥିବା ବେଳେ ଆମେ ଚାଷୀଙ୍କ ସହ ଖୋଲାଖୋଲି ଆଲୋଚନା କରୁଥିବା କହିଛନ୍ତି କୃଷିମନ୍ତ୍ରୀ ।

ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ କୃଷିର ଆୟ ବୃଦ୍ଧି ପାଇଁ ଏହି ତିନୋଟି କୃଷି ନିୟମ ଆସିଛି । ଠିକ ସମୟରେ ଦେୟ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଜମି ସୁରକ୍ଷିତ ରଖିବା ପାଇଁ ଯତ୍ନ ନିଆଯାଇଛି । ନୂତନ କୃଷି ନିୟମ କୃଷକଙ୍କ ସ୍ବାର୍ଥରେ । ମଣ୍ଡିରୁ ବାହାରେ ଯାଇ ମଧ୍ୟ ଚାଷୀଙ୍କୁ ରିହାତି ଦିଆଯାଇଥିଲା ।

APMC ଅଧିନିୟମରେ ଚାଷୀମାନେ ଅସହମତ ଥିବା ବେଳେ ବାରମ୍ବାର ଏମଏସପି ଉପରେ ଗ୍ୟାରେଣ୍ଟି ଦାବି କରୁଛନ୍ତି ଚାଷୀ । ତେବେ ସରକାରଙ୍କ ଲିଖିତ ପ୍ରସ୍ତାବ ସତ୍ତ୍ବେ ଚାଷୀ ନିଜ ଦାବିରେ ଅଟଳ ରହିବା ଚିନ୍ତା ବଢାଇଛି ।

ABOUT THE AUTHOR

...view details