ଓଡିଶା

odisha

ETV Bharat / bharat

ଅମୃତପାଲ ସିଂ ଆତ୍ମହତ୍ୟା କରିଥିବାରୁ ଶହୀଦ ସମ୍ମାନ ଦିଆଯାଇନାହିଁ: ଭାରତୀୟ ସେନା - ଅଗ୍ନିବୀର ଯବାନ ଅମୃତପାଲ ସିଂ

ଅଗ୍ନିବୀର ଅମୃତପାଲ ସିଂଙ୍କୁ ଶହୀଦ ସମ୍ମାନ ନମିଳିବା ଅଭିଯାଗକୁ ନେଇ ସ୍ପଷ୍ଟିକରଣ ରଖିଲା ଭାରତୀୟ ସେନା । ଅଧିକ ପଢନ୍ତୁ

Honours denied to Agniveer as per army policy
Honours denied to Agniveer as per army policy

By ETV Bharat Odisha Team

Published : Oct 16, 2023, 10:57 AM IST

ନୂଆଦିଲ୍ଲୀ: ମୃତ୍ୟୁ ପରେ ବି ଅଗ୍ନିବୀର ଯବାନ ଅମୃତପାଲ ସିଂଙ୍କୁ ଶହୀଦ ସମ୍ମାନ ନମିଳିବା ଘଟଣା । ଏନେଇ ସ୍ପଷ୍ଟିକରଣ ରଖିଲା ଭାରତୀୟ ସେନା । ନିଜ ବନ୍ଧୁକରୁ ଗୁଳି ଚଳାଇ ଜୀବନ ହାରିଥିବାରୁ ଶେଷକୃତ୍ୟ ସମୟରେ ଅମୃତପାଲଙ୍କୁ ସେନା ତରଫରୁ ଗାର୍ଡ ଅଫ ଅନର ଦିଆଯାଇନାହିଁ । ନିୟମ ଅନୁଯାୟୀ ଯଦି ଯବାନ ନିଜ ଜୀବନ ନିଜେ ହାରେ ତେବେ ତାଙ୍କୁ ଶହୀଦ ସମ୍ମାନ ଦିଆଯିବ ନାହିଁ ବୋଲି ସେନା ତରଫରୁ କୁହାଯାଇଛି ।

ସେନା ତରଫରୁ ଟ୍ବିଟ୍‌ କରି କୁହାଯାଇଛି ଯେ, 2023 ଅକ୍ଟୋବର 11ରେ ଅଗ୍ନିବୀର ଅମୃତପାଲ ସିଂଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିବୀର ଅମୃତପାଲ ସିଂଙ୍କ ମୃତ୍ୟୁକୁ ନେଇ କିଛି ଭୁଲ ତଥ୍ୟ ପ୍ରସାରିତ କରାଯାଉଛି । ସେନାରେ ଯବାନଙ୍କ ପ୍ରତି କୌଣସି ଭେଦଭାବ କରାଯାଏ ନାହିଁ । ତେଣିକି ସେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ପରେ ବା ପୂର୍ବରୁ ସେନାରେ ସାମିଲ ହୋଇଥାଆନ୍ତୁ । ଅଭିଯୋଗ ଆସିଛି ଯେ, ଅମୃତପାଲ ସିଂଙ୍କ ଅନ୍ତିମ ସଂସ୍କାରରେ ତାଙ୍କୁ ଶହୀଦ ସମ୍ମାନ ଦିଆଯାଇନାହିଁ କାରଣ ସେ ଅଗ୍ନିବୀର ଯୋଜନା ମାଧ୍ୟମରେ ସେନାରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଗ୍ନିବୀର ଯବାନଙ୍କୁ ମିଳିଲାନି ଶହୀଦ ସମ୍ମାନ, ନିନ୍ଦା କଲା କଂଗ୍ରେସ

ସେନାର ବିବୃତ୍ତିରେ ସେନା କହିଛନ୍ତି ଯେ, ଡ୍ୟୁଟିରେ ଥିବା ସମୟରେ ଅଗ୍ନୀବିର ଅମୃତପାଲ ସିଂ ନିଜେ ଆତ୍ମହତ୍ୟା କରିବା ଭାରତୀୟ ସେନା ପାଇଁ ଏକ ବଡ଼ କ୍ଷତି। ହସ୍ପିଟାଲକୁ ମୃତଦେହ ନିଆଯିବା ପରେ ଯବାନଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟିକୁ ପଠାଇ ଦିଆଯାଇଥିଲା । ସେନାରେ କାର୍ଯ୍ୟରତ ଥିବା ସମୟରେ ଯଦି ଯବାନ ନିଜ ଜୀବନ ନିଜେ ହାରେ ତେବେ 1967 ଆର୍ମୀ ଅର୍ଡର ଅନୁଯାୟୀ ସେନାଙ୍କୁ ଶହୀନ ସମ୍ମାନ ଦିଆଯାଏ ନାହିଁ । 2011ରୁ ବର୍ତ୍ତମାନ ପର୍ଯ୍ୟନ୍ତ 100ରୁ 140 ଜଣ ସେନା ଜୀବନ ହାରିଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ଶହୀଦ ସମ୍ମାନ ଦିଆଯାଇନାହିଁ ।

ଅଗ୍ନିବୀର ଯବାନ ଅମୃତପାଲଙ୍କ ମୃତ୍ୟୁ ପରେ ଶେଷକୃତ୍ୟ ବେଳେ ତାଙ୍କୁ ଶହୀଦ ସମ୍ମାନ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲା କଂଗ୍ରେସ । ଅଗ୍ନିବୀର ଅମୃତପାଲଙ୍କୁ ଶହୀଦ ମାନ୍ୟତା ନଦେବା ଶହୀଦଙ୍କ ପ୍ରତି ଅପମାନ ବୋଲି କଂଗ୍ରେସ କହିଥିଲା ।

For All Latest Updates

ABOUT THE AUTHOR

...view details