ଓଡିଶା

odisha

By

Published : Jun 19, 2022, 5:37 PM IST

ETV Bharat / bharat

Agnipath violence: ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ

ପୋଲିସ କବ୍ଜାରେ ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ । ଅଭିଯୁକ୍ତ ଜଣେ ପୂର୍ବତନ ସେନାଧିକାରୀ ହୋଇଥିବା ସହ ହାଇଦ୍ରାବାଦ ଚଳାଉଥିଲେ ସେନା କୋଚିଂ ସେଣ୍ଚର । ଗିରଫ ପରେ ଜେରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

Agnipath violence: ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ
Agnipath violence: ସିକନ୍ଦରାବାଦ ହିଂସାର ମାଷ୍ଟରମାଇଣ୍ଡ ଗିରଫ

ହାଇଦ୍ରାବାଦ:ଅଗ୍ନିପଥ ଯୋଜନାକୁ ବିରୋଧ କରି ସିକନ୍ଦରାବାଦ ରେଲଓ୍ବେ ଷ୍ଟେସନରେ ହୋଇଥିବା ଟ୍ରେନ ପୋଡି ଓ ଭଙ୍ଗାରୁଜା ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ତେଲେଙ୍ଗାନା ପୋଲିସ । ଗିରଫ ଅଭିଯୁକ୍ତର ନାମ ଆଭୁଲା ସୁବାରାଓ ଓ ସେ ଜଣେ ପୂର୍ବତନ ସେନାଧିକାରୀ ବୋଲି ଜଣାପଡିଛି । ଶୁବାରାଓ ହାଇଦ୍ରାବାଦରେ ସେନା ଭର୍ତ୍ତି ପାଇଁ ଏକ କୋଚିଂ ସେଣ୍ଟର ଚଳାଉଥିବା ସୂଚନା ରହିଛି ।

ଶୁକ୍ରବାର ସିକନ୍ଦରାବାଦ ରେଲଓ୍ବେ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡା କରିଥିଲେ ଆନ୍ଦୋଳନକାରୀ । କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରିବା ପରେ ଏହି ହିଂସାକାଣ୍ଡ ପଛରେ କୋଚିଂ ସେଣ୍ଟରର ସକ୍ରିୟ ଭୂମିକା ଥିବା ଜଣାପଡିଥିଲା । ପରେ ତଦନ୍ତ ଆଧାରରେ ଏହି ଘଟଣାର ମାଷ୍ଟରମାଇଣ୍ଡ ଶୁବାରାଓ ନାମକ ଜଣେ କୋଚିଂ ସେଣ୍ଟର ମୁଖ୍ୟ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଘଟଣା ପରେ ଫେରାର ଥିବା ଶୁବାରାଓକୁ ଆଜି ଗିରଫ କରାଯାଇଛି ।

ସୂଚନା ଅନୁସାରେ, ହାଇଦ୍ରାବାଦରେ ଶୁବାରାଓଙ୍କର ଏକ ଡିଫେନ୍ସ କୋଚିଂ ସେଣ୍ଟର ରହିଛି । ସେଠାରେ ପ୍ରଶିକ୍ଷଣ ନେଉଥିବା ଆଶାୟୀଙ୍କ ମଧ୍ୟରେ ଯୋଜନାକୁ ନେଇ ଭିନ୍ନ ତଥା ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ହ୍ବାଟ୍ସଆପ ଗ୍ରୁପରେ ପ୍ରସାର କରାଯାଇଥିଲା । ଛାତ୍ରଙ୍କ ଦ୍ବାରା ପ୍ରଥମେ ଆନ୍ଦୋଳନ ଓ ପରେ ସ୍ଥିତି ଅଣାୟତ୍ତ ହୋଇ ଭଙ୍ଗାରୁଜା ଓ ଜଳାପୋଡା ହୋଇଥିଲା । ଏହି ଘଟଣାରେ ଅନେକ ଆନ୍ଦୋଳନକାରୀ ଛାତ୍ର ଗିରଫ ହୋଇସାରିଥିବା ବେଳେ ସଂସ୍ଥାର ମୁଖ୍ୟ ଶୁବାରାଓଙ୍କୁ ମଧ୍ୟ ପୋଲିସ କବ୍ଜାକୁ ନେଇଛି ।

ବିହାର ଓ ତେଲେଙ୍ଗାନାରେ ଦେଖାଯାଇଥିବା ହଂସା ପୂର୍ବ ପ୍ରାୟୋଜିତ ଓ ଏଥିରେ କୋଚିଂ ସେଣ୍ଟରର ଭୂମିକା ଥିବା ଗୁଇନ୍ଦା ରିପୋର୍ଟରେ ତଥ୍ୟ ମିଳିଥିଲା । ଏକାଧିକ କୋଚିଂ ପ୍ରଦାନକାରୀ ସଂସ୍ଥାର ଭୂମିକା ତଦନ୍ତ ପରିସରକୁ ଆସିଥିଲା । ବିହାରରେ ମଧ୍ୟ 7ରୁ 8 କୋଚିଂ ସେଣ୍ଟର ଉପରେ ତଦନ୍ତ ଜାରି ରଖିଛି ପୋଲିସ । ଦେଶରେ ବିଭିନ୍ନ ସ୍ଥାନରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ଛାତ୍ର ହିଂସାକାଣ୍ଡ କାରଣରୁ ଗିରଫ ହୋଇଛନ୍ତି । ଅନ୍ୟପଟେ ସେନା ମଧ୍ୟ ହିଂସାକାରୀ ଛାତ୍ରଙ୍କ ପାଇଁ ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇଛି । ହିଂସାରେ ସାମିଲ ଥିବା ଛାତ୍ରଙ୍କୁ ସେନାରେ ଭର୍ତ୍ତି କରାଯିବ ନାହିଁ ବୋଲି ଆଜି ମିଳିତ ପ୍ରେସମିଟରେ 3 ସେନା ସ୍ପଷ୍ଟ କରିଛନ୍ତି ।

ABOUT THE AUTHOR

...view details