ଓଡିଶା

odisha

By

Published : Jan 17, 2021, 8:59 PM IST

ETV Bharat / bharat

ଜାରି ରହିଛି ଚାଷୀ ଆନ୍ଦୋଳନ: ପୁଣି ଆଖି ବୁଜିଲେ ଆଉ ଜଣେ ଚାଷୀ

ଜାରି ରହିଛି ଚାଷୀ ଆନ୍ଦୋଳନ । ପୁଣି ଆଖି ବୁଜିଲେ ଆଉ ଜଣେ ଚାଷୀ । ନିଜ ଜନ୍ମମାଟିରେ କରାଗଲା ଶବଦାହ । ଅଧିକ ପଢନ୍ତୁ...

agitating farmer died of cold at ghazipur border
ଜାରି ରହିଛି ଚାଷୀ ଆନ୍ଦୋଳନ : ପୁଣି ଆଖି ବୁଜିଲେ ଆଉ ଜଣେ ଚାଷୀ

ନୂଆଦିଲ୍ଲୀ :କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଜାରି ରହିଛି କୃଷକ ଆନ୍ଦୋଳନ । ଶୀତ କାକରରେ ପଡି ରହି ନିଜ ଦାବିରେ ଅଟଳ ରହିଛନ୍ତି କୃଷକ । ଏହି ଆନ୍ଦୋଳନ ମଧ୍ୟରେ ଅନେକ ଚାଷୀଙ୍କ ଜୀବନ ଗଲାଣିତ । ଗାଜିପୁର ବର୍ଡରରେ ବସିଥିବା ଜଣେ ଆନ୍ଦୋଳନରତ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଧରମବୀର କୋଟନିଆ । ତେବେ ଥଣ୍ତା ଯୋଗୁଁ କୃଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଧରମବୀର ଜଣେ ସଫଳ କପା ଚାଷୀ ଥିଲେ । ସେ ଭାରତୀୟ କୃଷକ ସଂଘରେ ଅନେକ ପଦବୀରେ ମଧ୍ୟ କରିଥିଲେ । ସୂଚନା ଅନୁସାରେ, ସେ ଦୀର୍ଘ 52 ଦିନ ଧରି ଆନ୍ଦୋଳନରେ ବସିଥିଲେ । ଆନ୍ଦୋଳନ ଚାଲିଥିବା ଯୋଗୁଁ ଖୋଲା ଆକାଶ ତଳେ ବସିଥିଲେ ସେ । ଫଳରେ ଅତ୍ୟଧିକ ଥଣ୍ତା ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା । ସେ 16 ତାରିଖ ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତଦେହ ନିଜ ଗାଁରେ ପହଞ୍ଚିବା ପରେ ଶୋକ ଛାୟା ଖେଳି ଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details