ଓଡିଶା

odisha

World Records ଲକ୍ଷ୍ୟରେ ୯୫ ବର୍ଷୀୟ ବୃଦ୍ଧା, ପରିଣତ ବୟସରେ ପ୍ରଫେସର

By

Published : Jul 24, 2022, 3:17 PM IST

Updated : Jul 25, 2022, 6:59 AM IST

ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡ୍ସ ଲକ୍ଷ୍ୟରେ ୯୫ ବର୍ଷୀୟ ବୃଦ୍ଧା । ବୟସର ଅପରାହ୍ନରେ ଭିଜିଆନଗରମ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରି ବିଶ୍ବର ସବୁଠାରୁ ବୟସ୍କା ପ୍ରଫେସର ହୋଇପାରିଛନ୍ତି । ଅଧିକ ପଢନ୍ତୁ

ଓ୍ବାର୍ଲ୍ଡ ରେକର୍ଡ୍ସ ଲକ୍ଷରେ ୯୫ ବର୍ଷୀୟ ବୃଦ୍ଧା, ପରିଣତ ବୟସରେ କରୁଛନ୍ତି ଶିକ୍ଷାଦାନ
ଓ୍ବାର୍ଲ୍ଡ ରେକର୍ଡ୍ସ ଲକ୍ଷରେ ୯୫ ବର୍ଷୀୟ ବୃଦ୍ଧା, ପରିଣତ ବୟସରେ କରୁଛନ୍ତି ଶିକ୍ଷାଦାନ

ଅମରାବତୀ: ବୟସ ବଢିଛି ସତ, କନ୍ତୁ ସେ ଥକି ନାହାନ୍ତି । ଯେଉଁ ବୟସରେ ଘରେ ବିଶ୍ରାମ ନେବା କଥା ସେହି ବୟସରେ ସେ ଦେଉଛନ୍ତି ଶିକ୍ଷା । ପରିଣତ ବୟସରେ ବି ଶିକ୍ଷାଦାନ କରି ଏବେ ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡ୍ସ (Guinness Book of World Records ) ଲକ୍ଷ୍ୟରେ ୯୫ ବର୍ଷୀୟ ବୃଦ୍ଧା । ବୟସର ଅପରାହ୍ନରେ କେହି କେହି ରୋଗଗ୍ରସ୍ତ ହୋଇ ଶଯ୍ୟାସାୟୀ ହୋଇଥିବା ବେଳେ ସେ କିନ୍ତୁ ଏକଦମ ଫିଟ ଅଛନ୍ତି । ଆନ୍ଧ୍ରପ୍ରଦେଶର ତିରୁକୁରି ଶାନ୍ତାମ୍ମା, ବୟସ ୯୫ ଛୁଇଁଲାଣି, ଏହି ବୟସରେ ସେ ଥକିବା ପରିବର୍ତ୍ତେ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଓ୍ବାର୍ଲ୍ଡ ରେକର୍ଡ୍ସ ଲକ୍ଷରେ ୯୫ ବର୍ଷୀୟ ବୃଦ୍ଧା, ପରିଣତ ବୟସରେ କରୁଛନ୍ତି ଶିକ୍ଷାଦାନ

ଭିଜିଆନଗରମ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି ଶାନ୍ତାମ୍ମା । ପରିଣତ ବୟସରେ ତାଙ୍କର ଏହି ଇଚ୍ଛାଶକ୍ତି ତାଙ୍କୁ ଆଜି ବିଶ୍ବ ଦରବାରରେ ପରିଚିତ କରାଇବ । ସବୁଠାରୁ ବୟସ୍କ ପ୍ରଫେସର ଭାବେ ଏବେ ରେକର୍ଡ କରିବାକୁ ଯାଉଛନ୍ତି ତିରୁକୁରି ଶାନ୍ତାମ୍ମା (Tirukuri Santhamma )। AVN ବିଶ୍ବବିଦ୍ୟାଳୟରେ ସେ BSc ଏବଂ MSc ପାଠପଢା ଶେଷ କରିଥିଲେ । ଏହାପରେ ୧୯୪୭ ମସିହାରେ ସେ Ph.D ଶେଷ କରି ଆନ୍ଧ୍ରବିଶ୍ବ ବିଦ୍ୟଳୟରେ ସେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସେବେଠାରୁ ଶାନ୍ତାମ୍ମା ବିନା କୌଣସି ପ୍ରତିବନ୍ଧକରେ ଶିକ୍ଷାଦାନ କରିବା ସହ ଗବେଷଣା ମଧ୍ୟ ଜାରି ରଖିଛନ୍ତି ।

ଶାନ୍ତାମ୍ମା ଯେତେ ବେଳେ ଅଧ୍ୟୟନ କରୁଥିଲେ ସେତେବେଳେ ବ୍ରିଟିଶ ରୟାଲ ସୋସାଇଟିର ଅଧିନରେ ସେ ପ୍ରଥମ ମହିଳା ଭାବରେ ଡକ୍ଟର ଅଫ୍ ସାଇନ୍ସ ଶେଷ କରିଥିଲେ । ଏହାପରେ ସେ ଡ.ରଙ୍ଗାଧାମା ରାଓଙ୍କ ପରାମର୍ଶରେ ରିସର୍ଚ୍ଚ କରିଥିଲେ । ଅନେକ କ୍ଷେତ୍ରରେ ସେ ଉଲ୍ଲେଖନୀୟ ରିସର୍ଚ୍ଚ ମଧ୍ୟ କରିଛନ୍ତି । ଯେପରିକି ଲେଜର ଟେକ୍ନୋଲୋଜି, ଇନ୍ଧନ ଚିହ୍ନଟ । ତାଙ୍କର ଅନେକ ରିସର୍ଚ୍ଚ ପେପର ମଧ୍ୟ ପବ୍ଲିସ ହୋଇଛି । ସେ ଯୁକ୍ତରାଷ୍ଟ୍ର ଆମେରିକା,ବ୍ରିଟେନ ଏବଂ ଦକ୍ଷିଣ କୋରିଆର ଅନେକ ବିଶ୍ୱବିଦ୍ୟାଳୟରେ ଅତିଥି ଭାବେ ମଧ୍ୟ ଯୋଗ ଦେଇଛନ୍ତି । ଶାନ୍ତାମ୍ମାଙ୍କ ଅଧିନରେ ୧୭ଜଣ ଛାତ୍ର ପିଏଚଡି ସମାପ୍ତ କରିଛନ୍ତି ।

1989ରେ ପଦାର୍ଥ ବିଜ୍ଞାନର ପ୍ରଫେସର ଭାବରେ ଅବସର ନେଇଥିଲେ ମଧ୍ୟ ସେ ଶିକ୍ଷାଦାନ ଜାରି ରଖିଥିଲେ । ଆନ୍ଧ୍ର ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ସିମହାଦ୍ରି ତାଙ୍କୁ ପ୍ରଫେସର କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ପଦାର୍ଥ ବିଜ୍ଞାନରେ ୧୦୦ରୁ ୭୦ ମାର୍କ ରଖିବା ଅସମ୍ଭବ ଥିବା ବେଳେ ଜଣେ ଛାତ୍ର ଶାନ୍ତାମ୍ମାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ୯୪ ମାର୍କ ରଖିଥିବା କହିଛନ୍ତି । ବର୍ତ୍ତମାନ ସେଞ୍ଜୁରିଅନ ବିଶ୍ବବିଦ୍ୟାଳୟରେ ସେ ପ୍ରଫେସର ଥିବା ବେଳେ ସପ୍ତାହକୁ ୪ଟି କ୍ଲାସ କରୁଛନ୍ତି । ତାଙ୍କର ଦୁଇ ଗୋଡ ଖରାପ ଥିଲେ ମଧ୍ୟ ହାତରେ ଷ୍ଟିକ ଧରି ପ୍ରତିଦିନ ସେ ବିଶାଖାପାଟନମରୁ ବିଶ୍ବବିଦ୍ୟାଳୟକୁ ପ୍ରାୟ ୬୦ କିଲୋମିଟର ଯାତ୍ରା କରନ୍ତି । ଖାଲି ଶିକ୍ଷା ଦାନ ନୁହଁ ବରଂ ଆଧ୍ୟାତ୍ମିକ ପ୍ରତି ସେ ମଧ୍ୟ ଆଗ୍ରହୀ । ସେ ଭାଗବତ ଗୀତା ଅଧ୍ୟୟନ କରିବା ପରେ ତେଲୁଗୁ ଭାଷାରେ ଅନୁବାଦ ମଧ୍ୟ କରିଛନ୍ତି । କର୍କଟ ରୋଗୀଙ୍କ ମୁକ୍ତି ପାଇଁ ସେ ମଧ୍ୟ ଅନୁସନ୍ଧାନ ଜାରି ରଖିଛନ୍ତି ।

ଅବସରର ୩୪ ବର୍ଷ ପରେ ସେ ଶିକ୍ଷାଦାନ ଜାରି ରଖିଥିବା ବେଳେ ଗବେଷଣା ମଧ୍ୟ କରୁଛନ୍ତି । ବର୍ତ୍ତମାନ କର୍କଟ ରୋଗୀଙ୍କ ପାଇଁ ଔଷଧ ବିକଶିତ କରୁଥିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଅହରହ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଶାନ୍ତାମ୍ମା ଦୁନିଆର ସବୁଠାରୁ ବୟସ୍କା ପ୍ରଫେସର ଭାବରେ ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡ୍ସରେ ପ୍ରବେଶ କରିବାକୁ ଯାଉଛନ୍ତି ।

Last Updated : Jul 25, 2022, 6:59 AM IST

ABOUT THE AUTHOR

...view details