ଚେନ୍ନାଇ:ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ 31ବର୍ଷ ଜେଲରେ ରହିବା ପରେ ମୁକ୍ତ ହୋଇଛନ୍ତି ଏ.ଜି ପେରାରିଭଲନ । ଆଜି ସେ ଜେଲରୁ ମୁକ୍ତ ହେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଲିନଙ୍କୁ ସାକ୍ଷାତ ସମୟରେ ପେରାରିଭଲନଙ୍କ ସହ ତାଙ୍କ ମା’ ଓ ଅନ୍ୟ କିଛି ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ ।
ଜେଲରୁ ମୁକ୍ତ ହେବା ପରେ ମା'ଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏ.ଜି ପେରାରିଭଲନ - AG Perarivalan releases from jail
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଏ.ଜି ପେରାରିଭଲନ । 31 ବର୍ଷ ପରେ ଜେଲରୁ ମୁକୁଳିଲେ । ଅଧିକ ପଢନ୍ତୁ
ଜେଲରୁ ମୁକ୍ତ ହେବା ପରେ ମାଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ଏ ଜି ପେରାରିଭଲନ
ମୁଖ୍ୟମନ୍ତ୍ରୀ ଷ୍ଟାଲିନ ତାଙ୍କୁ ମଧ୍ୟ ତାଙ୍କୁ ସ୍ବାଗତ କରିବା ସହ ଆଲିଙ୍ଗନ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ନିଜେ ମଧ୍ୟ ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ସାକ୍ଷାତକାରର ଏକ ଫଟୋ ମଧ୍ୟ ଟ୍ବିଟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସକାଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ସେ ଜେଲରୁ ଘରେ ପହଞ୍ଚିବା ପରେ ତାଙ୍କ ବୃଦ୍ଧା ମା’ ମିଠା ବାଣ୍ଟୁଥିବା ମଧ୍ୟ ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ