ନୂଆଦିଲ୍ଲୀ: ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଆସନ୍ତା ସପ୍ତାହରୁ କୋଭିଡ୍ ଟିକାକରଣ ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ରୁଷିଆ ମଧ୍ୟ ଆସନ୍ତା ସପ୍ତାହରୁ ସ୍ପୁଟନିକ୍ ଭି ଟିକା ସହିତ ବ୍ୟାପକ ଟୀକାକରଣ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଛି । ରିପୋର୍ଟ ଅନୁଯାୟୀ, ସମସ୍ତ ଋଷ ନାଗରିକଙ୍କ ପାଇଁ ସ୍ପୁଟନିକ୍ ଭି ମାଗଣାରେ ଉପଲବ୍ଧ ହେବ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ସରକାରୀ କର୍ତ୍ତୃପକ୍ଷଙ୍କୁ ସ୍ପୁଟନିକ୍ ଭି ସହିତ ଟୀକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବ୍ରିଟେନ୍ ଏବଂ ରୁଷ୍ ସରକାର ଟିକାର ସଂରକ୍ଷଣ ଓ ପରିବହନ ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଋଷ 2 ମିଲିୟନ ଟିକା ଡୋଜ ଉତ୍ପାଦନ କରିବ ବୋଲି ପୁଟିନ ଦାବି କରିଛନ୍ତି ।
ବ୍ରିଟେନ ପରେ ଋଷରେ ଟୀକାକରଣ ନିର୍ଦ୍ଦେଶ - UK, Russia starts Vaccination
ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନ ଆସନ୍ତା ସପ୍ତାହରୁ କୋଭିଡ୍ ଟୀକାକରଣ ଆରମ୍ଭ କରିବାକୁ ଘୋଷଣା କରିଥିବା ବେଳେ ରୁଷିଆ ମଧ୍ୟ ଆସନ୍ତା ସପ୍ତାହରୁ ସ୍ପୁଟନିକ୍ ଭି ଟିକା ସହିତ ବ୍ୟାପକ ଟୀକାକରଣ ଆରମ୍ଭ କରିବାକୁ ସବୁଜ ସଙ୍କେତ ଦେଇଛି । ଏନେଇ ବୁଧବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
![ବ୍ରିଟେନ ପରେ ଋଷରେ ଟୀକାକରଣ ନିର୍ଦ୍ଦେଶ After UK, Russia Joins Vaccine Race As Putin Order Mass Vaccination With Sputnik V Shots Next Week](https://etvbharatimages.akamaized.net/etvbharat/prod-images/768-512-9744904-thumbnail-3x2-vaccine.jpg)
ଆସନ୍ତା ସପ୍ତାହରୁ ଫାଇଜର୍ -ବାୟୋଏନଟେକ୍ ଟିକାର ବ୍ୟବହାରକୁ ବ୍ରିଟେନ୍ ସରକାର ଚୂଡ଼ାନ୍ତ ଅନୁମତି ପ୍ରଦାନ କରିବାର କିଛି ଘଣ୍ଟା ପରେ ଋଷ ଦ୍ବାରା ଏହି ଘୋଷଣା କରାଯାଇଛି । ବ୍ରିଟେନ୍ ସ୍ବାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି, ଆସନ୍ତା ସପ୍ତାହରୁ ଟୀକାର ଗଣ ବ୍ୟବହାର ଆରମ୍ଭ ହେବ । ଅନ୍ୟପକ୍ଷେ ଫାଇଜର କହିଛି, ବ୍ରିଟେନର ଏମର୍ଜେନ୍ସି ଟିକା ବ୍ୟବହାର କୋରୋନା ମହାମାରୀ ଲଢ଼େଇ ବିରୋଧରେ ଏକ ଐତିହାସିକ ପଦକ୍ଷେପ । ଉଲ୍ଲେଖଯୋଗ୍ୟ, ମଡର୍ଣ୍ଣା ସହ ଫାଇଜର୍-ବାୟୋଏନଟେକ୍ ସେମାନଙ୍କ କୋଭିଡ୍ ଟୀକାର ଏମର୍ଜେନ୍ସି ବ୍ୟବହାରକୁ ସ୍ବୀକୃତି ଦେବାପାଇଁ ଆବେଦନ କରିଥିଲେ । ସେମାନଙ୍କ ଏହି ଆବେଦନକୁ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି ।
ଫାଇଜର୍ ଏବଂ ବାୟୋଏନ୍ଟେକ୍ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ଟୀକା ଆସନ୍ତା ମାସରେ ୟୁରୋପୀୟ ରାଷ୍ଟ୍ରରେ ଆରମ୍ଭ ହେବ । ଏହି ଟିକା ପ୍ରାୟ -70C ରେ ଗଚ୍ଛିତ ହେବା ଆବଶ୍ୟକ ଏବଂ ଡ୍ରାଏ ବରଫରେ ପ୍ୟାକ ହୋଇଥିବା ଏକ ସ୍ବତନ୍ତ୍ର ବାକ୍ସରେ ପରିବହନ କରାଯିବ । ଥରେ ଟିକା ଡେଲିଭରି ହେବା ପରେ ଏହାକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖାଯାଇପାରିବ ।