ନୂଆଦିଲ୍ଲୀ:କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କୋଭିଡରେ ସଂକ୍ରମିତ । ଗତକାଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କୋରୋନା ପଜିଟିଭ ପରେ ଆଜି ପ୍ରିୟଙ୍କା କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଦୁଇଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଲକ୍ଷ୍ନୌ ଯାଇଥିବା ବେଳେ ଗତକାଲି ସେ ଦିଲ୍ଲୀରୁ ଫେରିଥିଲେ ।
ସୋନିଆଙ୍କ ପରେ କୋରୋନା କବଳରେ ପ୍ରିୟଙ୍କା - ସୋନିଆଙ୍କ ପରେ ପ୍ରିୟଙ୍କା ଗାନ୍ଧୀ କୋଭିଡ ସଂକ୍ରମିତ
ପ୍ରିୟଙ୍କା ଗାନ୍ଧୀ କୋଭିଡ ସଂକ୍ରମିତ ଯୋଗୁ ସେ ପ୍ରୋଟୋକଲ ଗୁଡିକର ଯତ୍ନ ନେଇ ଘରେ ରହିଛନ୍ତି ବୋଲି ଟ୍ବିଟର ମାଧ୍ୟମରେ ସୂଚନା ମିଳିଛି। ଅଧିକ ପଢନ୍ତୁ
After Sonia Gandhi, Priyanka Gandhi is also covid positive
କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରିୟଙ୍କା । ଟ୍ବିଟ କରି ଲେଖିଛନ୍ତି କି, ମୋର ସାମାନ୍ୟ କୋରୋନା ଲକ୍ଷଣ ରହିଛି । ସମସ୍ତ ପ୍ରୋଟୋକଲକୁ ଧ୍ୟାନରେ ରଖି ମୁଁ ନିଜକୁ କ୍ବାରେଣ୍ଟାଇନରେ ରଖିଛି ।
ସୂଚନା ଥାଉକି, ଗତକାଲି ସୋନିଆ ଗାନ୍ଧୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ଆଇସୋଲେଟ କରି ରଖିଥିବା କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଥିଲେ । ନ୍ୟାସନାଲ ହେରାଲ୍ଡ କେସକୁ ନେଇ ଇଡି ଜାଲରେ ଛନ୍ଦି ହୋଇଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଉଭୟଙ୍କୁ ସମନ କରିଛି ଇଡି ।
Last Updated : Jun 3, 2022, 1:39 PM IST