ହାଇଦ୍ରାବାଦ:ଆଜି ତେଲେଙ୍ଗାନା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଦ୍ଦମ ପ୍ରସାଦ କୁମାର । କାମଚଳା ବାଚସ୍ପତି ଭାବେ ଏମଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓଓ୍ବେସୀଙ୍କୁ ଚାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ନିଯୁକ୍ତ କରିଥିଲେ । ଏହାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଥିଲା । କାମଚଳା ବାଚସ୍ପତି ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥିବା ବେଳେ 8 ଜଣ ବିଜେପି ବିଧାୟକ ଶପଥ ଗ୍ରହଣ କରିବାକୁ ମନା କରିଥିଲେ । ସେମାନେ ନିୟମିତ ବାଚସ୍ପତି ନିର୍ବାଚିତ ହେବା ପରେ ଶପଥ ଗ୍ରହଣ କରିବା ନେଇ ରାଜ୍ୟପାଳଙ୍କୁ ସ୍ପଷ୍ଟ କରିଥିଲେ । ଆଜି କଂଗ୍ରେସର ଅନ୍ୟତମ ବରିଷ୍ଠ ବିଧାୟକ ଗଦ୍ଦମ ପ୍ରସାଦ କୁମାରଙ୍କୁ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ଗଦ୍ଦମ ପ୍ରସାଦ କୁମାର:-
ଗଦ୍ଦମ ପ୍ରସାଦ 2009ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିକରାବାଦ ବିଧାନସଭା କ୍ଷେତ୍ରରୁ ସେ କଂଗ୍ରେସ ଟିକେଟରେ ଭଲ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭା ପହଞ୍ଚିଥିଲେ । 2012ରେ ଆନ୍ଧ୍ର ପ୍ରଦେଶ (ଅବିଭାଜିତ) କିରଣ ରେଡ୍ଡୀଙ୍କ କ୍ୟାବିନେଟରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । 2014ରେ ତେଲେଙ୍ଗାନାର ପ୍ରଥମ ବିଧାନସଭା ନିର୍ବାଚନରେ କେସିଆରଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରାର୍ଥୀ ବି ସଞ୍ଜୀବ ରାଓଙ୍କ ଠାରୁ ପରାଜିତ ହୋଇଥିଲେ । 2018ରେ ମଧ୍ୟ ସେ ବିଧାନସଭା ନିର୍ବାଚନରେ ପୁନର୍ବାର ବିଆରଏସ ପ୍ରାର୍ଥୀ ଏମ.ଆନନ୍ଦଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ଚଳିତ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲା ବେଳେ ରାଜ୍ୟରେ ଦଳ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ତାଙ୍କୁ ବିଧାନସଭାର ବାଚସ୍ପତି ଭାବେ ଚୟନ କରାଯାଇଛି ।