ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ୧୦୦ ରୁ ଅଧିକ ପ୍ରଦର୍ଶନକାରୀ କୃଷକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 84 ଜଣ ଚାଷୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ନିଶ୍ଚିତ କରିଥିବା ବେଳେ ବାକି ଚାଷୀଙ୍କ ବିଷୟରେ କିଛି ଜଣା ପଡିନାହିଁ, ଯାହାଫଳରେ ତାଙ୍କର ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି। ତେବେ ଏହି କୃଷକମାନେ କୃଷକ ରାଲି ବେଳେ ଲାଲକିଲ୍ଲା ଉପରେ ଆକ୍ରମଣ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଗିରଫ କରିଛି । ୨୬ ଜାନୁଆରୀରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ପଶ୍ଚିମ ବିହାର ପୋଲିସ ଷ୍ଟେସନରେ ହୋଇଥିବା ଏଫଆଇଆର ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି।
ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା; ୧୦୦ରୁ ଉର୍ଦ୍ଧ୍ବ ଚାଷୀ ନିଖୋଜ, ଚିନ୍ତାରେ ପରିବାର - ସାଧାରଣତନ୍ତ୍ର ଦିବସ
ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ଘଟଣା ପରେ ୧୦୦ ରୁ ଅଧିକ ପ୍ରଦର୍ଶନକାରୀ କୃଷକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 84 ଜଣ ଚାଷୀଙ୍କୁ ଗିରଫ କରାଯାଇ ଥିବା ବେଳେ ବାକି ଚାଷୀଙ୍କ ବିଷୟରେ କିଛି ଜଣା ପଡିନାହିଁ, ଯାହାଫଳରେ ତାଙ୍କର ପରିବାର ଲୋକ ଚିନ୍ତାରେ ପଡିଯାଇଛନ୍ତି। ଅଧିକ ପଢନ୍ତୁ...
ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା; ୧୦୦ ରୁ ଉର୍ଦ୍ଧ୍ବ ଚାଶୀ ନିଖୋଜ, ଚିନ୍ତାରେ ପରିବାର
ପ୍ରକାଶ ଥାଉକି, ସାଧାରଣତନ୍ତ୍ର ଦିବସରେ କୃଷି ଆଇନକୁ ପ୍ରତ୍ୟାହାର ଦାବି କରି କୃଷକ ସଙ୍ଗଠନକୁ ତିନୋଟି ରୁଟରେ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦିଆଯାଇଥିଲା । ହେଲେ ଆନ୍ଦୋଳନରତ ଚାଷୀମାନେ ଲାଲକିଲ୍ଲାକୁ ଧସେଇ ପସିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ପୋଲିସ ଚାଷୀଙ୍କୁ ଅଟକାଇବାକୁ ଯାଇ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ତେବେ ଏଥିରେ ଆହତ ହୋଇଥିବା ଚାଷୀଙ୍କୁ ଏସଟି ଷ୍ଟିଫେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଦିଲ୍ଲୀ ଶିଖ ଗୁରୁଦ୍ବାର ପାବନ୍ଧକ କମିଟିର ସଭାପତି ମଞ୍ଜିନ୍ଦର ସିଂ ସିରସା କହିଛନ୍ତି ।