ଡେରାଡୁନ:ଉତ୍ତରାଖଣ୍ଡରେ କୋରାନା କାୟା ଜାରି ରହିଛି । ଏହାର ପ୍ରଭାବ କୁମ୍ଭ ମେଳାରେ ପଡିଛି । କୋରୋନା ସଂକ୍ରମଣ ବୃଦ୍ଧି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମେଳାକୁ ସମାପ୍ତ କରିବାକୁ ଜୁନା ପୀଠେଶ୍ବର ଆଚାର୍ଯ୍ୟ ମହାମଣ୍ଡଳଶ୍ବର ଆୱାଦେଶାନନ୍ଦ ଗିରିଙ୍କୁ ଅନୁରୋଧ କରିଥିଲେ । ମୋଦିଙ୍କ ଅନୁରୋଧ ପରେ ଜୁନା ଆଖେଡା ମଧ୍ୟ କୁମ୍ଭ ମେଳାକୁ ସମାପ୍ତ କରିବାକୁ ଘୋଷଣା କରିଛି ।
ଜୁନା ଆଖେଡା ତାର ସମସ୍ତ ଦେବାଦେବୀଙ୍କ ବିସର୍ଜନ କରିଛି । ସମସ୍ତ ସାଧୁସନ୍ଥଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ କୁହାଯାଇଛି । କୋରୋନା ସଂକ୍ରମଣ ସ୍ଥିତିକୁ ଗମ୍ଭୀରତାର ସହିତ ନେଇ ନିରଞ୍ଜନୀ ଆଖେଡା ମଞ୍ଚ ପକ୍ଷରୁ କୁମ୍ଭ ଶେଷ କରିବାକୁ ଘୋଷଣା କରିଥିଲେ।