ମୁମ୍ବାଇ: ମହାମାରୀ କୋରୋନା ବିପର୍ଯ୍ୟୟକୁ ବର୍ଷେ ପୁରିବାକୁ ବସିଲାଣି । ହେଲେ ଥମୁନି ଏହାର ଆତଙ୍କ । ପୁନର୍ବାର ମହାରାଷ୍ଟ୍ରରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ରାଜ୍ୟର କେତେକ ଅଞ୍ଚଳରେ କୋରୋନାର ପ୍ରକୋପ ବୃଦ୍ଧି ପାଉଥିବାରୁ ଆଗାମୀ 7 ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଗତ ବର୍ଷ ସେପ୍ଟେମ୍ବରର ସ୍ଥିତି ଭଳି ବିଦର୍ଭ ଅଞ୍ଚଳର ୟବତମାଲ, ଅକୋଲା, ଅମରାବତୀ ଓ ୱାର୍ଦ୍ଧାରେ ଅଣାୟତ ହୋଇଛି କୋରୋନା ।
ବିଶେଷଜ୍ଞଙ୍କ କହିବାନୁଯାୟୀ ଯଦି ପୁଣେ ଓ ମୁମ୍ବାଇ ସେପ୍ଟେମ୍ବରର ସ୍ଥିତିକୁ ଫେରିଛନ୍ତି, ତେବେ ଫେବୃଆରୀରରେ ସ୍ଥିତିକୁ ଦୃଷ୍ଟିରେ ରଖିଲେ ବିଦର୍ଭକୁ କୋରୋନାର ଏପିସେଣ୍ଟର ଅର୍ଥାତ କୋରୋନାର କେନ୍ଦ୍ରସ୍ଥଳୀ କୁହାଯାଇପାରେ । ତେବେ ବର୍ତ୍ତମାନର ସ୍ଥିତିକୁ ଦେଖି ରିପୋର୍ଟ ଉପରେ ଯଦି ନଜର ପକାଇବା ତେବେ ରବିବାର ୟବତମାଲାର ଦୈନିକ ପଜିଟିଭ ହାର 41.4 ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ସେପ୍ଟେମ୍ବର 15 ତୁଳନାରେ ଦୁଇଗୁଣ ରହିଛି । ସେହିପରି ଅମରାବତୀର ଦୈନିକ ସଂକ୍ରମଣ ହାର 38 ପ୍ରତିଶତ ରହିଛି । ସେପ୍ଟେମ୍ବରରେ ଏଠାରେ ସଂକ୍ରମଣ ହାର 32.5 ପ୍ରତିଶତ ରହିଥିଲା । ଅନ୍ୟପକ୍ଷେ ୱାର୍ଦ୍ଧାର ସଂକ୍ରମଣ ହାର ସେପ୍ଟେମ୍ବର ତୁଳନାରେ 3 ଗୁଣ ବୃଦ୍ଧି ପାଇ 24 ପ୍ରତିଶତରେ ପହଞ୍ଚିଛି ।