କୋଲକାତା:ଶୁକ୍ରବାର ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ମୁକୁଲ ରୟ । ଏନେଇ ମମତା ବାନାର୍ଜୀ ତାଙ୍କୁ ନିଜ ଦଳକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ଟିଏମସିରେ ବିଜେପିର ଅଧିକ ନେତା ଯୋଗ ଦେବେ ବୋଲି ଦାବି କରିଛନ୍ତି ।
ସେ ସ୍ପଷ୍ଟ କରି କହିଛନ୍ତି ଯେ, ଯେଉଁମାନେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ସମାଲୋଚନା କରୁଥିଲେ ଏବଂ ବିଶ୍ବାସ ଘାତକତା କରିଥିଲେ ଏବଂ ଟଙ୍କା ପାଇଁ ବିଜେପିରେ ମିଶିଛନ୍ତି ସେମାନଙ୍କୁ ଦଳ ଆଉ ଗ୍ରହଣ କରିବ ନାହିଁ ।
ସାମ୍ବାଦିକ ମାନଙ୍କୁ ସମ୍ବୋଧିକତ କରି ମମତା କହିଛନ୍ତି ଯେ, ବିଜେପିରୁ ଅଧିକ କର୍ମୀ ଟିଏମସିକୁ ଆସିବେ । ଯେତେବେଳେବି ଆସିବେ ଆମେ ଆପଣଙ୍କୁ ଜଣାଇବୁ । ଯେଉଁମାନେ ନିର୍ବାଚନ ପୂର୍ବରୁ ଦଳକୁ ସମାଲୋଚନା କରୁଥିଲେ ଏବଂ ବିଶ୍ବାସଘାତକତା କରିଥିଲେ, ଆମେ ବିଚାର କରୁନାହୁଁ । ଯେଉଁମାନେ କେବଳ ଭଦ୍ର, ଚତୁର ଏବଂ ତିକ୍ତତା ପାଇଁ ଯାଆନ୍ତି ନାହିଁ ସେମାନଙ୍କୁ ବିଚାର କରିବେ।