ଓଡିଶା

odisha

ETV Bharat / bharat

ଗୋଟିଏ ସପ୍ତାହରେ 2 ଥର ପିକେ-ପାୱାର ବୈଠକ, ଆସନ୍ତାକାଲି ଏକଜୁଟ ହେବେ ବିରୋଧୀ - ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ମଙ୍ଗଳବାର ଦିଲ୍ଲୀରେ ଅଣ କଂଗ୍ରେସ ବିରୋଧୀ ନେତାଙ୍କ ସହ ବୈଠକ କରିବେ ଶରଦ ପାୱାର । ଅଧିକ ପଢନ୍ତୁ...

ଗୋଟିଏ ସପ୍ତାହରେ 2 ଥର ପିକେ-ପାୱାର ବୈଠକ, ଆସନ୍ତାକାଲି ଏକଜୁଟ ହେବେ ବିରୋଧୀ
ଗୋଟିଏ ସପ୍ତାହରେ 2 ଥର ପିକେ-ପାୱାର ବୈଠକ, ଆସନ୍ତାକାଲି ଏକଜୁଟ ହେବେ ବିରୋଧୀ

By

Published : Jun 21, 2021, 4:24 PM IST

ମୁମ୍ବାଇ: ରାଜନୈତିକ ପଶାପାଲିରେ ବଡ ଗୋଟିଚାଳନା କରିଛନ୍ତି ଏନସିପି ମୁଖିଆ ଶରଦ ପାୱାର । ଗୋଟିଏ ସପ୍ତାହରେ ଦ୍ବିତୀୟ ଥର ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ମଙ୍ଗଳବାର ଦିଲ୍ଲୀରେ ଅଣ କଂଗ୍ରେସ ବିରୋଧୀ ନେତାଙ୍କ ସହ ବୈଠକ କରିବେ ଶରଦ ପାୱାର । ଏହାପୂର୍ବରୁ ପିକେଙ୍କ ସହ ବୈଠକ କରିଛନ୍ତି ପାୱାର । ମଙ୍ଗଳବାର ଶରଦ ପାୱାରଙ୍କ ଘରେ ହେବାକୁ ଥିବା ବୈଠକରେ 12ରୁ ଊର୍ଦ୍ଧ୍ବ ରାଜନୈତିକ ଦଳର ନେତା ସାମିଲ ହେବେ । ବୈଠକରେ ବର୍ତ୍ତମାନର ଆର୍ଥିକ ଓ ରାଜନୈତିକ ସ୍ଥିତି ଉପରେ ଚର୍ଚ୍ଚା ହୋଇପାରେ ।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିସାରିଥିବା ପ୍ରଶାନ୍ତ କିଶୋର କିଛି ଦିନ ପୂର୍ବରୁ ମୁମ୍ବାଇରେ ଏନସିପି ମୁଖିଆ ଶରଦ ପାୱାରଙ୍କୁ ଭେଟିଥିଲେ । ପ୍ରଶାନ୍ତ କିଶୋରଙ୍କ ସହ ପାୱାରଙ୍କ ଏହି ବୈଠକ ପରେ ଅନୁମାନ କରାଯାଉଥିଲା ଯେ ବୋଧହୁଏ ଦଳ ତାଙ୍କୁ କୌଣସି ବଡ ଦାୟିତ୍ବ ଦେଇପାରେ । ହେଲେ ପରେ ଏନସିପି ଏହାକୁ ଖାରଜ କରିଦେଇଥିଲା ।

ଭାରତୀୟ ଜନତା ପାର୍ଟିର ବଢୁଥିବା ଶକ୍ତିର ମୁକାବିଲା କରିବା ପାଇଁ ଏକଜୁଟ ହେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ହେଲେ ନେତା ଶୂନ୍ୟ ବିରୋଧୀଙ୍କୁ ମେଣ୍ଟ ପାଇଁ ଆବଶ୍ୟକ ରହିଛି ଜଣେ ମାର୍ଗଦର୍ଶକ । ଅନ୍ୟପକ୍ଷେ ଜାତୀୟ ରାଜନୀତିରେ ଏନସିପି ମୁଖ୍ୟ ଶରଦ ପାୱାର ଏବେ ବିରୋଧୀଙ୍କୁ ଏକଜୁଟ କରିବାରେ ସାଜିଛନ୍ତି ବଡ ଚେହେରା ।

ABOUT THE AUTHOR

...view details