ନୂଆଦିଲ୍ଲୀ:ଏମସିଡି ନିର୍ବାଚନ ହାରିବା ପରେ ଇସ୍ତଫା ଦେଲେ ଦିଲ୍ଲୀ ବିଜେପି ମୁଖ୍ୟ । ଆଜି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି(Delhi BJP president Adesh Gupta resigned) । ସେ ନିଜର ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି । ନଡ୍ଡା ମଧ୍ୟ ତାଙ୍କର ଇସ୍ତଫା ଗ୍ରହଣ କରିଥିବା ସୂଚନା ମିଳିଛି । ଏହାପରେ ଦିଲ୍ଲୀ ବିଜେପି ଉପାଧ୍ୟକ୍ଷ ବୀରେନ୍ଦ୍ର ସଚଦେବଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି ।
ସୂତ୍ର ଅନୁଯାୟୀ, ଗତ ସପ୍ତାହରେ ହୋଇଥିବା ଦିଲ୍ଲୀ ମହାନଗନ ନିଗମ(MCD) ନିର୍ବାଚନରେ ବିଜେପିର ପରାଜୟ ପରେ ଆଦେଶ ଗୁପ୍ତା ନିଜ ପଦ ଛାଡିଛନ୍ତି । ଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଥିବା ବିଜେପି ହାତରୁ ଏହାକୁ ଛଡାଇ ନେଇଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ସମୁଦାୟ ୨୫୦ ୱାର୍ଡରୁ ଆପ୍ ୧୩୪ଟି ଆସନ ଜିତିଥିଲା ଓ ବିଜେପି ମାତ୍ର ୧୦୪ ଆସନ ଜିତି ଏମସିଡି ହରାଇଥିଲା ।