ଓଡିଶା

odisha

ETV Bharat / bharat

ଲଦାଖ ପରେ LAC ରେ ନିୟୋଜିତ ହେବ k-9 ବଜ୍ର ହାୱିଜର - ଏଲଏସିରେ ନିୟୋଜିତ ହେବ K-9 ବଜ୍ର ହାୱିଜର

ଲଦାଖ ସୀମାରେ K-9 ବଜ୍ର ହାୱିଜର ଯୁଦ୍ଧାସ୍ତ୍ରର ସଫଳତା ପରେ ବାସ୍ତବିକ ନିୟନ୍ତ୍ରଣ ରେଖା (line of actual control)ର ମଧ୍ୟ ଓ ପୂର୍ବ କ୍ଷେତ୍ର ସ୍ଥିତ ଉଚ୍ଚ ପାହାଡିଆ ଅଞ୍ଚଳରେ ମୁତୟନ ପାଇଁ ପ୍ରସ୍ତୁତ ଚଳାଇଛି ଭାରତୀୟ ସେନା। ଅଧିକ ପଢନ୍ତୁ

ଲଦାଖ ପରେ LAC ରେ ନିୟୋଜିତ ହେବ k-9 vajra howitzer
ଲଦାଖ ପରେ LAC ରେ ନିୟୋଜିତ ହେବ k-9 vajra howitzer

By

Published : Feb 4, 2022, 8:30 PM IST

ନୂଆଦିଲ୍ଲୀ: ଲଦାଖ ସେକ୍ଟର (Ladakh Sector) ରେ K-9 ବଜ୍ର ହାୱିଜର(k-9 vajra howitzer) ସଫଳତା ପୂର୍ବକ ସ୍ଥାପନ ପରୀକ୍ଷଣ ପରେ ସେନା ଏବେ ବାସ୍ତବିକ ନିୟନ୍ତ୍ରଣରେଖା (line of actual control) ର ମଧ୍ୟ ଓ ପୂର୍ବ କ୍ଷେତ୍ର ସ୍ଥିତ ଉଚ୍ଚ ପାହାଡରେ ମଧ୍ୟ K-9 ବଜ୍ର ହାୱିଜରକୁ ମୁତୟନ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଗତବର୍ଷ ମାର୍ଚ୍ଚ-ଏପ୍ରିଲରେ ସେନା ଲଦାଖ ସୀମାର ପୂର୍ବ ଲଦାଖ ସେକ୍ଟରରେ ଭାରତରେ ନିର୍ମିତ ତୋପକୁ ସ୍ଥାପନ କରିଥିଲା ।

ଫଳରେ ସେହି ସଫଳତା ପରେ ଏବେ ସେନା ଏହାକୁ ବାସ୍ତବିକ ନିୟନ୍ତ୍ରଣରେଖା (line of actual control) ର ମଧ୍ୟ ଓ ପୂର୍ବ କ୍ଷେତ୍ର ସ୍ଥିତ ଉଚ୍ଚ ପାହାଡରେ ସ୍ଥାପନ(ମୁତୟନ) କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

ଲଦାଖରେ K-9 ବଜ୍ର ହାୱିଜର ସଫଳତା ପରେ ବିପଦ ସଂକେତ ଥିବା ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ନିୟୋଜନ ପଇଁ ପ୍ରସ୍ତୁତି ଚଳାଇଛି ସେନା । ସରକାରୀ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଉତ୍ତରାଖଣ୍ଡର ପୂର୍ବ ସେକ୍ଟର ସମେତ ସିକିମ, ଅରୁଣାଚଳ ପ୍ରଦେଶର ପାହାଡିଆ ଅଞ୍ଚଳରେ ୨୦୦ ରୁ ଅଧିକ K-9 ବଜ୍ର ହାୱିଜର ନିୟୋଜିତ କରାଯିବ । ବିପଦ ସଂକୁଳ ସ୍ଥାନରେ ସେନାର ଆବଶ୍ୟକତା ଅନୁଯାୟୀ K-9 ବଜ୍ର ହାୱିଜର ଭଲ ପ୍ରଦର୍ଶନ ରହିଛି ।

ତେଣୁ ଏହି ସବୁ ସ୍ଥାନରେ ଯୁଦ୍ଧାସ୍ତ୍ରକୁ ନିୟୋଜିତ କରାଯିବାକୁ ଯୋଜନା କରାଯାଇଛି । କିଛିଦିନ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଥିଲେ ଯେ, ସୀମାବର୍ତ୍ତୀ ମରୁଭୂମି ଅଞ୍ଚଳରେ ମଧ୍ୟ ନିୟୋଜିତ ହେବ K-9 ବଜ୍ର ହାୱିଜର । ତେବେ ସବୁଠୁ ବଡ କଥା ହେଉଛି କି ଭାରତରେ ହିଁ K-9 ବଜ୍ର ହାୱିଜର ନିର୍ମାଣ କରାଯାଇଛି ।

ABOUT THE AUTHOR

...view details