ଓଡିଶା

odisha

ETV Bharat / bharat

‘ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ କ୍ୟାବିନେଟ ସମ୍ପ୍ରସାରଣ’ - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୋମାଇ

କର୍ଣ୍ଣାଟକରେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ପ୍ରତିକ୍ରିୟା । ହାଇକମାଣ୍ଡଙ୍କ ଠାରୁ ନିର୍ଦ୍ଦେଶ ଆସିବା ପରେ ଆରମ୍ଭ ହେବ ପ୍ରକ୍ରିୟା । ଅଧିକ ପଢନ୍ତୁ...

ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ
ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ କର୍ଣ୍ଣାଟକ କ୍ୟାବିନେଟ ସମ୍ପ୍ରସାରଣ

By

Published : Aug 1, 2021, 6:14 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ବୋମାଇ କହିଛନ୍ତି ପାର୍ଟି ହାଇକମାଣ୍ଡଙ୍କ ଠାରୁ ଏନେଇ ନିର୍ଦ୍ଦେଶ ଆସିବା ପରେ ଆମେ ପ୍ରକ୍ରିୟା ଆରମ୍ଭ କରିବୁ। ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ଦଳୀୟ ମୁଖ୍ୟାଳୟରୁ ଏନେଇ କିଛି ସୂଚନା ଆସିପାରେ ବୋଲି ମଧ୍ୟ ସେ କହିଛନ୍ତି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପରେ ରାଜ୍ୟ ମନ୍ତ୍ରୀମଣ୍ଡଳର ମଧ୍ୟ ସମ୍ପ୍ରସାରଣ ହେବାକୁ ଯାଉଛି ।

ସେହିପରି ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ବୋମାଇ କହିଛନ୍ତି ,ସେ ଉଚ୍ଚ ସ୍ତରୀୟ ସମୀକ୍ଷା ଜାରି ରଖିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରକୃତ କ୍ଷୟକ୍ଷତିର ଆକଳନ ଚାଲିଛି । ସେହି ରିପୋର୍ଟ ଆଧାରରେ ଅର୍ଥ ବିଭାଗ ସହିତ ଏକ ବୈଠକ ହେବା ପରେ ସହାୟତା ପ୍ୟାକେଜ ମଧ୍ୟ ଖୁବଶିଘ୍ର ଘୋଷଣା କରିବେ ରାଜ୍ୟ ସରକାର ।

ସେହିପରି ରାଜ୍ୟରେ ବର୍ତ୍ତମାନ ସ୍କୁଲ ଖୋଲିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଇ ବୋମାଇ କହିଛନ୍ତି,ବର୍ତ୍ତମାନ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ହୋଇନି। ଘରୋଇ ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ସରକାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି। ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ଦେଖି ବିଚାରବିମର୍ଶ ଆଧାରରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details