ଡେରାଡୁନ: ଉତ୍ତରାଖଣ୍ଡରେ କୋଭିଡ କଟକଣା ସାମାନ୍ୟ କୋହଳ ହେବା ପରେ ପର୍ଯ୍ୟଟକଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ଧନଉଲତି ଓ ମସୁରୀ ପରି ପ୍ରସିଦ୍ଧ ହିଲ ଷ୍ଟେସନ ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ବେଳେ ଏହା ଉପରେ ସାଧାରଣ ପରିଭ୍ରମଣ ପାଇଁ ପ୍ରଦେଶ ସରକାର ଲାଗୁ କରିଥିବ କଟକଣା ସାମାନ୍ୟ କୋହଳ କରିଛନ୍ତି । ଦୀର୍ଘଦିନ ହେବ ହିଲ ଷ୍ଟେସନ ବୁଲିବାରୁ ବଞ୍ଚିତ ଥିବା ପର୍ଯ୍ୟଟକ ମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଏପରି ସ୍ଥଳେ ମାତ୍ରାଧିକ ଭିଡକୁ ଦେଖି କୋଭିଡ ଗାଇଡଲାଇନ ଜାରି ବଜାର ରଖିବା ସ୍ଥାନୀୟ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଛି ।
ତେବେ କୋଭିଡ ପର୍ବ ବର୍ଷ ମାନଙ୍କରେ ଏଠାରେ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ । ତେବେ ହତ କିଛି ମାସ ଧରି ଏହି ସ୍ଥାନରେ ସାଧାରଣ ପରିଦର୍ଶନ ପାଇଁ କଟକଣା ଜାରି କରିଥିଲେ ରାଜ୍ୟ ସରକାର । ତେବେ କଟକଣା ହଟିବା ପରେ ହଠାତ ଅସମ୍ଭାଳ ଭିଡ ସ୍ଥାନୀୟ ପ୍ରଶାସନର ନିଦ ହଜାଇଛି । ସେହିପରି କିଛି ସ୍ଥାନରେ ପର୍ଯ୍ୟଟକ ମାନେ ମଧ୍ୟ କୋଭିଡ ଗାଇଡଲାଇନ ତଥା ସାମାଜିକ ଦୂରତା ବଜାର ରଖିବାରେ ଅବହେଳା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।