ଭୋପାଳ: ଶିବପୁରୀରେ ନିର୍ବାଚନୀ ସମୟରେ ହିଂସା ଘଟଣା। ମତଦାନ ପରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହେବାରୁ 3 ଜଣଙ୍କର ମୃ୍ତ୍ୟୁ ହୋଇଥିଲା। ଏହି ଘଟଣାରେ ଜଡିତ ଥିବା ଅଭିଯୁକ୍ତ ଘରେ ଭୁଲଡୋଜର ଚଢାଇଛି ପୋଲିସ । ନଭେମ୍ବର 17 ଶୁକ୍ରବାର ଦିନ ଶିବପୁରୀ ଜିଲ୍ଲାର ଚକ୍ରପୁର ଗ୍ରାମରେ ଭୋଟ୍ ଦେବା ପରେ କୁଶୱା ଏବଂ ଭଦୋରିଆ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଗତ ଶନିବାର ଦିନ ଗ୍ୱାଲିଅରରେ ଚିକିତ୍ସା ସମୟରେ ଭଦୋରିଆ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି କୁଶୱା ପରିବାରର ଜଣେ ଯୁବକଙ୍କ ଶରୀରେ ଗୁଳି ବାଜିବାରୁ ସେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।
ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଶୁକ୍ରବାର ଦିନ ରାତିରେ ଉଭୟ ପକ୍ଷଙ୍କ ବିରୋଧରେ ହତ୍ୟା ଉଦ୍ୟମ ନେଇ ମାମଲା ରୁଜୁ କରିଥିଲା । କିନ୍ତୁ ଚିକିତ୍ସା ସମୟରେ ଭଦୋରିଆ ପରିବାରର ତିନି ଜଣଙ୍କର ମୃତ୍ୟୁ ହେବାରୁ କ୍ଷେତ୍ରୀୟ ସମାଜ କାର୍ଯ୍ୟାନୁଷ୍ଠାନ ଦାବିରେ ନରଓ୍ବେ ପୋଲିସ ଷ୍ଟେସନ ଓ ରାସ୍ତାରେ ଧାରଣା ଦେଇଥିଲେ । ଏହାପରେ ପ୍ରଶାସନ ଦ୍ବାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କ 4ଟି ଘର ଉପରେ ବୁଲ ଡୋଜର ଚଢାଇ ଭାଙ୍ଗି ଦେଇଥିବା ଜଣାପଡ଼ିଛି ।
ଶିବପୁରୀ ଜିଲ୍ଲାର ଚକ୍ରବର୍ତ୍ତୀରେ ମତଦାନ ପରେ ଭଦୋରିଆ ପରିବାରର 3 ଜଣଙ୍କ ମୃତ୍ୟୁ ପରେ କ୍ଷେତ୍ରୀୟ ସମାଜ ରାଗି ଯାଇଥିଲେ। ସେମାନେ ନରୱେ ପୋଲିସ ଷ୍ଟେସନ ସମ୍ମୁଖରେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ପରେ ଅଭିଯୁକ୍ତ 4ଟି ଘର ଉପରେ ବୁଲଡୋଜର ଚଢାଇଥିଲା ପୋଲିସ ।