ଓଡିଶା

odisha

ETV Bharat / bharat

ବାତ୍ୟା ବିପର୍ଯ୍ୟୟ ପରେ ରାଜସ୍ଥାନରେ ଚିନ୍ତା ବଢାଇଲାଣି ସର୍ପାଘାତ ମାମଲା - ରାଜସ୍ଥାନରେ ବଢିବାରେ ଲାଗିଛି ସର୍ପାଘାତ ମାମଲା

ବାତ୍ୟା ବିପର୍ଯ୍ୟୟ ପରେ ରାଜସ୍ଥାନରେ ବଢିବାରେ ଲାଗିଛି ସର୍ପାଘାତ ମାମଲା । ବାରମେର ଜିଲ୍ଲାରେ 19 ଜଣ ହସ୍ପିଟାଲରେ ଭର୍ତ୍ତି । ସତର୍କ ରହିବା ପାଇଁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ବାତ୍ୟା ବିପର୍ଯ୍ୟୟ ପରେ ରାଜସ୍ଥାନରେ ବଢିବାରେ ଲାଗିଛି ସର୍ପାଘାତ ମାମଲା
ବାତ୍ୟା ବିପର୍ଯ୍ୟୟ ପରେ ରାଜସ୍ଥାନରେ ବଢିବାରେ ଲାଗିଛି ସର୍ପାଘାତ ମାମଲା

By

Published : Jun 19, 2023, 10:32 PM IST

ଜୟପୁର:ବାତ୍ୟା ‘ବିପର୍ଯ୍ୟୟ’ ପରେ ରାଜସ୍ଥାନରେ ବଢିବାରେ ଲାଗିଛି ସର୍ପାଘାତ ମାମଲା । ରାଜସ୍ଥାନର ବାରମେର ଜିଲ୍ଲାରେ ସର୍ପାଘାତ ସଂଖ୍ଯା ଅଚାନକ ବଢିବାରେ ଲାଗିଛି । କେବଳ 24 ଘଣ୍ଟା ମଧ୍ୟରେ, ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ମୋଟ 19 ଜଣ ସର୍ପାଘାତ ଶିକାର ହୋଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ମେଡିକାଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏକକାଳୀନ ଜିଲ୍ଲାରେ ଏତେ ସଂଖ୍ୟକ ସର୍ପାଘାତ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନର ଚିନ୍ତା ମଧ୍ୟ ବଢିଛି । ସମସ୍ତ ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଗତ 24 ଘଣ୍ଟା ମଧ୍ୟରେ ବାରମେର ଜିଲ୍ଲାର ଚୌହତାନ ଅଞ୍ଚଳରେ ସାପ କାମୁଡ଼ା ଘଟଣା ହଠାତ୍ ବୃଦ୍ଧି ପାଇଛି । ଚୌହତାନ ଜିଲ୍ଲା ଡାକ୍ତରଖାନାରେ ଏବେ 19 ସର୍ପାଘାତ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ଏମାନଙ୍କ ମଧ୍ୟରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାକୁ ଠିକ୍ ସମୟରେ ହସ୍ପିଟାଲ ଅଣାଯାଇଥିବାରୁ କାହାର ମୃତ୍ୟୁ ହୋଇନଥିବା ସମସ୍ତଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି ।

ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ପି.ସି ଦୀପାନ କହିଛନ୍ତି, ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବା ପରେ ଜିଲ୍ଲାର ଚୌହତାନ ଅଞ୍ଚଳରେ ଏହି ସର୍ପାଘାତ ମାମଲା ବଢିଛି । ଚୌହତାନ ଜିଲ୍ଲାର ଗଙ୍ଗାସରା, ଖରିଆ ରାଥୋଦାନ, ଚାଦର, ଉପରଲାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକରୁ ଏହି ସଂଖ୍ୟା ସର୍ବାଧିକ ରହିଛି । ସେ କହିଛନ୍ତି ଯେ ଏଥିରେ ଶିଶୁମାନଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ 19 ଜଣ ଲୋକ ସର୍ପାଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସମସ୍ତ ରୋଗୀ ବିପଦମୁକ୍ତ ହୋଇଥିଲେ ସୁଦ୍ଧା 15ଜଣଙ୍କ ଚିକିତ୍ସା ଏବେ ଜାରି ରହିଛି ।

ବାତ୍ୟା ବିପର୍ଯ୍ୟୟ ପରେ ଏହି ମରୁଭୂମି ପ୍ରବଣ ଏହି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ସାପ ଗାତଗୁଡିକ ମଧ୍ୟ ପାଣି ପଶିଯାଇଛି । ଫଳରେ ସାପମାନେ ଏବେ ଜନବଶତି ମୁଁହା ହେବା ସହ ଏଣେତେଣେ ଘୁରି ବୁଲୁଛନ୍ତି । ଫଳରେ ସାଧାରଣ ଲୋକେ ସର୍ପାଘାତର ଶିକାର ହେବାରେ ଲାଗିଛି । ଏନେଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବା ସହ ରାତିରେ ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ଧାରରେ ବାହାରକୁ ନବାହାରି ଆବଶ୍ୟକ ସ୍ଥଳେ ଲାଇଟ ଓ ଟର୍ଚ୍ଚ ବ୍ୟବହାର କରିବାକୁ କୁହାଯାଇଛି । ସେହିପରି ଅସୁରକ୍ଷିତ ତଥା ଜଙ୍ଗଲିଆ ସ୍ଥାନରୁ ମଧ୍ଯ ଦୂରରେ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details