ବେଙ୍ଗାଲୁରୁ:ଗଣେଶ ମହୋତ୍ସବ ପାଳନ ଅନୁମତି ଦେବାକୁ କର୍ଣ୍ଣାଟକ ସରକାରଙ୍କ ଉପରେ ପ୍ରବଳ ଚାପ ପଡିଛି । ବେଙ୍ଗାଲୁରୁ ପରେ ଇଦଗାହରେ ଗଣେଶ ଉତ୍ସବ ପାଳିବାକୁ ହିନ୍ଦୁ ସଂଗଠନଙ୍କ ଦାବି କରିଛି । ହୁବାଲି ଇଦଗାହ ମଇଦାନକୁ ନେଇ ବିବାଦ ପୁଣି ଥରେ ବିବାଦ ବଢୁଥିବା ଦେଖିବାକୁ ମିଳୁଛି । ହିନ୍ଦୁ ସଂଗଠନ ହୁବାଲି ଇଦଗାହରେ ଗଣେଶ ପ୍ରତିମା ସ୍ଥାପନ କରିବାକୁ ଦାବି କରିଛନ୍ତି ଏବଂ ସରକାରଙ୍କୁ ତିନି ଦିନ ସମୟ ଦେଇଛନ୍ତି । ହୁବାଲିରେ ଗଣେଶଉତ୍ସବ ଜନସାଧାରଣଙ୍କ ମଧ୍ୟରେ ପାଳନ କରିବାକୁ ଅନୁମତି ଦେବାକୁ ସେମାନେ ଦାବି କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇଦଗା ମଇଦାନରେ ନିଗମ ଅଧିକାରୀଙ୍କ ନିକଟରେ ଗଣେଶ ଉତ୍ସବ ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ନ ମିଳିବା ବର୍ତ୍ତମାନ ଅଧିକାରୀ ଏବଂ ଜନସାଧାରଣଙ୍କୁ ତିନି ଦିନ ସମୟ ଦେଇଛନ୍ତି ହିନ୍ଦୁ ସଂଗଠନ । ଯେଉଁଥିପାଇଁ ଇଦଗାହ ବିବାଦ ପୁଣିଥରେ ସାମ୍ନାକୁ ଆସିଛି । ଦୁଇ ଦଶନ୍ଧି ପୂର୍ବରୁ ହୁବଲି ଇଦଗାହ ମଇଦାନରେ ଏକ ବିବାଦ ହୋଇଥିଲା । ୯୦ ଦଶକରେ ବିଭିନ୍ନ ଦଳଙ୍କ ନେତୃତ୍ବରେ ହୋଇଥିବା ବିବାଦ ସମଗ୍ର ଦେଶକୁ ଥରାଇ ଦେଇଥିଲା ।