ଓଡିଶା

odisha

ETV Bharat / bharat

3 ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ମହିଳା, ପ୍ରେମିକଙ୍କ ନିକଟରୁ ଠାବ କଲା ପୋଲିସ - ନିଖୋଜ ମହିଳାଙ୍କ ଠାବ ଇନ୍ଦୋର

ତିନି ବର୍ଷ ତଳେ ନିଖୋଜ ହୋଇଯାଇଥିବ ଦୀପ୍ତି ସୋନି ନାମକ ଜଣେ ମହିଳାଙ୍କୁ ଠାବ କରିଛି ପୋଲିସ । ଅଧିକ ପଢନ୍ତୁ....

ତିନିବର୍ଷ ପୂର୍ବେ ନିଖୋଜ ମହିଳାଙ୍କୁ ଠାବକଲା ପୋଲିସ
ତିନିବର୍ଷ ପୂର୍ବେ ନିଖୋଜ ମହିଳାଙ୍କୁ ଠାବକଲା ପୋଲିସ

By

Published : Dec 30, 2020, 7:29 PM IST

ଗାନ୍ଧୀନଗର: ତିନି ବର୍ଷ ପୂର୍ବେ ଶିରିଡିରେ ନିଖୋଜ ହୋଇଯାଇଥିବା ଦୀପ୍ତି ସୋନି ନାମକ ଜଣେ ମହିଳାଙ୍କ ପତ୍ତା ମିଳିଛି । ପୋଲିସ ଦୀପ୍ତିଙ୍କୁ ତାଙ୍କ ପ୍ରେମିକଙ୍କ ନିକଟରୁ ପାଇଛି । ତେବେ ଦୀପ୍ତି ପରିବାର ଲୋକଙ୍କ ସହ ଶିରିଡି ବୁଲିବାକୁ ଆସି ଥିବାବେଳେ ନିଖୋଜ ହୋଇଯାଇଥିଲେ ।

ତିନିବର୍ଷ ପୂର୍ବେ ନିଖୋଜ ମହିଳାଙ୍କୁ ଠାବକଲା ପୋଲିସ

ସୂଚନା ଅନୁଯାୟୀ ଇନ୍ଦୋରର ଦୀପ୍ତି ସୋନି ଶିରିଡିରୁ ନିଖୋଜ ହୋଇଯାଇଥିଲେ । ଏହା ପରେ ତାଙ୍କ ସ୍ୱାମୀ ମନୋଜ ସୋନି ଆରଟିଆଇ ମାଧ୍ୟମରେ ଶିରିଡିରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ତଥ୍ୟ ଖୋଜିଥିଲେ । ଏହି ମାମଲା ହାଇକୋର୍ଟରେ ମଧ୍ୟ ଉପସ୍ଥାନ ହୋଇଥିଲା । ପରେ ଦୀପ୍ତି ସୋନିଙ୍କୁ ପୋଲିସ ଟିମ୍ ଗଠନ କରି ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠାରେ ପାଇନଥିଲା । ଏମିତିକି ପୋଲିସ ଦୀପ୍ତିଙ୍କୁ ଗତ 3 ବର୍ଷ ଧରି ଖୋଜାଖୋଜି କରିବା ପରେ ଗତ ସପ୍ତାହରେ ଦୀପ୍ତି ଇନ୍ଦୋରରେ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଦୀପ୍ତିଙ୍କୁ କେହି ଅପହରଣ କରିନେଇନଥିଲେ କି ସେ କେଉଁଆଡେ ନିଖୋଜ ହୋଇଯାଇ ନ ଥିଲେ ବରଂ ଦୀପ୍ତି ତାଙ୍କ ପ୍ରେମିକଙ୍କ ସହ ଗତ 3 ବର୍ଷ ଧରି ରହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ବିବାହ ପୂର୍ବରୁ ଦୀପ୍ତି ଓମପ୍ରକାଶ ଚାନ୍ଦେଲ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ସେ ତାଙ୍କ ଇଚ୍ଛା ବିରୁଦ୍ଧରେ ମନୋଜ ସୋନିଙ୍କୁ ବିବାହ କରିଥିଲେ । ବିବାହ ପରେ ଦୀପ୍ତି ଚାନ୍ଦେଲଙ୍କ ସହ ପଳାଇଯିବାକୁ ସ୍ଥିର କରିଥିଲେ ଏବଂ ଶିରିଡି ବୁଲିବାକୁ ଯାଇଥିବା ସମୟରେ ତାଙ୍କ ସହ ମଧ୍ୟ ପଳାଇଯାଇଥିଲେ ।

ମାତ୍ର ସ୍ବାମୀ ମନୋଜ, ଦୀପ୍ତି ନିଖୋଜ ହୋଇ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଗତ 3 ବର୍ଷ ଧରି ଖୋଜା ଖୋଜି କରିବା ପରେ ଦୀପ୍ତିଙ୍କୁ ତାଙ୍କ ପ୍ରେମିକ ଓମପ୍ରକାଶଙ୍କ ନିକଟରୁ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details