ନୂଆଦିଲ୍ଲୀ:ବାୟୁସେନା ପରେ ଏବେ ନୌସେନାରେ ସାମିଲ ହୋଇପାରେ ଫାଇଟର ଏୟାରକ୍ରାଫ୍ଟ ରାଫେଲ । ଏନେଇ ଭାରତର ନୌସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଛି ।
ଉଭୟ ପାକିସ୍ତାନ ଓ ଚୀନ ସୀମାରେ ନିୟୋଜିତ ହୋଇଛି ବିଧ୍ବସିଂକାରୀ ଏୟାରକ୍ରାଫ୍ଟ ରାଫେଲ । ବର୍ତ୍ତମାନ ଏହା ଭାରତୀୟ ନୌସେନରେ ସାମିଲ ହେବ । ଏନେଇ ଭାରତୀୟ ନୌସେନାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶନିବାର ପରୀକ୍ଷାମୂଳକ ଭାବରେ ଫ୍ରାନ୍ସରୁ ଆସିଥିବା ଏକ ରାଫେଲ ବିମାନକୁ ଗୋଆରେ ନୌସେନାର ଜାହାଜରେ ମୁତୟନ କରାଯାଇଛି ।
ସୂଚନାଥାଉକି ଭାରତୀୟ ନୌସେନାର ଜାହାଜ ଆଇଏନଏସ ବିକ୍ରାନ୍ତ ପାଇଁ ଫାଇଟର ଏୟାରକ୍ରାପ୍ଟ କ୍ରୟ କରିବା ପାଇଁ ଯୋଜନା ରହିଛି । ଆସନ୍ତା ଅଗଷ୍ଟ ମଧ୍ୟରେ ଏହି ଏୟାରକ୍ରାପ୍ଟ ସାମିଲ ହେବାର ସମ୍ଭାବନା ରହିଛି।
ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଗୋଆରେ ନୌସେନାରେ ରାଫେଲ ବିମାନର ସାମିଲ ନେଇ ପରୀକ୍ଷା ଆରମ୍ଭ ହୋଇଛି। ଯୁଦ୍ଧ ଜାହାଜ ପାଇଁ 57 ଟି ମଲ୍ଟି ରୋଲ୍ ଯୁଦ୍ଧ ବିମାନ କିଣିବା ପାଇଁ ନୌସେନା 2017 ରୁ ପ୍ରକ୍ରିୟା ଆରମ୍ଭ କରିଛି ।
ଏଥିରେ ଫ୍ରାନ୍ସର ରାଫେଲ, ଆମେରିକାର ବୋଇଂ F-18 ,ଋଷର ମିଗ ୨୯ K, ସ୍ବୀଡେନ ଗ୍ରିପେନ ରହିଛନ୍ତି । ଆମେରିକାର ବୋଇଂ ଓ ସ୍ବୀଡେନର ଗ୍ରୀପେନ ଗୋଟିଏ ଇଞ୍ଜିନ ବିଶିଷ୍ଟ ହୋଇଥିବାବେଳେ ରାଫେଲ ଓ ମିଗ ଡବଲ ଇଞ୍ଜିନ ବିଶିଷ୍ଟ ରହିଛନ୍ତି । ଆସନ୍ତା ମାସରେ ଏହି କମ୍ପାନୀ ଗୁଡିକର ବିମାନ ଭାରତ ଆସି ପ୍ରଦର୍ଶନ କରିବ। ବିଶେଷ କରି ଏହି ବିମାନଗୁଡ଼ିକୁ ଭାରତରେ ତିଆରି କରିବାକୁ ସରକାରଙ୍କ ଯୋଜନା ରହିଛି।