ଓଡିଶା

odisha

By

Published : Oct 4, 2021, 1:07 PM IST

ETV Bharat / bharat

ଦୀର୍ଘ ଦେଢ ବର୍ଷ ପରେ ମହାରାଷ୍ଟ୍ରରେ ଖୋଲିଲା ସ୍କୁଲ

ଆଜିଠୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ସ୍କୁଲ । ଗ୍ରାମାଞ୍ଚଳରେ ସକାଳ ୫ଟାରୁ ୧୨ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ସହରାଞ୍ଚଳ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଅଧିକ ପଢନ୍ତୁ...

ଆଜିଠାରୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ସ୍କୁଲ
ଆଜିଠାରୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ସ୍କୁଲ

ମୁମ୍ବାଇ:ଆଜି ଠାରୁ ମହାରାଷ୍ଟ୍ରରେ ଖୋଲିଲା ସମସ୍ତ ସ୍କୁଲ । କୋରୋନା ମହାମାରୀ ପାଇଁ ଦୀର୍ଘ ୧୮ ମାସରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ରହିଥିଲା । କୋରୋନା ଗାଇଡଲାଇନ ଅନୁସାରେ ଆଜିଠାରୁ ସ୍କୁଲ ଗୁଡିକ ଖୋଲିଛି । ଗ୍ରାମାଞ୍ଚଳରେ ସକାଳ ୫ଟାରୁ ୧୨ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଥିବା ବେଳେ ସହରାଞ୍ଚଳ ପାଇଁ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ ଚାଲିବ । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ମୋ ସ୍କୁଲ ମୋ ଦାୟିତ୍ବ’ ଅଭିଯାନ ଜରିଆରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଭିସି ଯୋଗେ ଦିନ ୧୨ଟାରେ କଥା ହୋଇଛନ୍ତି ।

ଏହାସହ ରାଜ୍ୟ ଶିକ୍ଷାମନ୍ତ୍ରୀ ଏନେଇ ଏକ ଟୁଇଟ ମଧ୍ୟ କରିଛନ୍ତି । ଏହାସହ ଏକ କ୍ଲାସ ରୁମର ଭିଡିଓ ମଧ୍ୟ ଛାଡିଛନ୍ତି । ଏହାପୂର୍ବରୁ ମନ୍ତ୍ରୀ ମଧ୍ୟ ଏକ ମରାଠି ଭାଷାରେ ଏକ ଟୁଇଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଯେ, ଆଜିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲୁଛି । ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସ୍କୁଲର ପ୍ରଥମ ଦିନ ନିରାପଦ ଓ ଖୁସିରେ କଟିବ ବୋଲି ସେ କହିଛନ୍ତି ।

ସେପଟେ, ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଚାଲିଛି । ସ୍କୁଲରେ କୋଭିଡ ନିୟମ କଡାକଡି ପାଳନ ହେବ । ଯଦି ପିଲାମାନେ ସ୍କୁଲ ଆସିବେ । ତେବେ, ସେମାନ ନିଜ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ଆଣି ସ୍କୁଲରେ ଦାଖଲ କରିବାକୁ କୁହାଯାଇଛି । ଗତ ବର୍ଷ ଦେଶରେ ମହାମାରୀ ଦେଖାଦେବା ପରେ ମାର୍ଚ୍ଚରେ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details