ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଫୈଜୁଲ୍ଲାଗଞ୍ଜରେ ଘୁଷୁରୀ ମଡକ ପରେ ମୃତ ଘୁଷୁରୀଙ୍କ ଠାରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ ଭୂତାଣୁ ଚିହ୍ନଟ ହୋଇଛି । ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆନିମଲ୍ ଲ୍ୟାବକୁ ସଂକ୍ରିମିତ ପଶୁଙ୍କ ସଂଗୃହୀତ ନମୁନା ପଠାଯାଇଥିଲା । ଗତକାଲି (ମଙ୍ଗଳବାର) ଏହାର ରିପୋର୍ଟ ଆସିଛି । ମୃତ ଘୁଷୁରୀମାନେ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁ ଭୂତାଣୁରେ ସଂକ୍ରମିତ ହୋଇ ମରିଥିବା ସ୍ପଷ୍ଟ ହୋଇଛି ।
ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ପ୍ରାୟ 140 ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି । ସେଠାରେ ଘୁଷୁରୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ହଠାତ ଏପରି ମଡକ ଦେଖିବାକୁ ମିଳିବା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଭୟରେ ଲୋକେ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଆରମ୍ଭ କରିଥିବା ମଧ୍ୟ ସୂଚନା ମିଳିଛି ।
ଜିଲ୍ଲା ପ୍ରଶାସନ ଏବଂ ପୌର କର୍ତ୍ତୁପକ୍ଷ ମଧ୍ୟ ଏହି ଘଟଣା ନେଇ ଆକ୍ସନ ମୋଡକୁ ଆସିଛନ୍ତି । ଗତକାଲି (ମଙ୍ଗଳବାର) ରାତିରେ ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟପାଲ ଗାଙ୍ଗୱାରଙ୍କ ନେତୃତ୍ବରେ ମ୍ୟୁନିସିପାଲିଟି କମିଶନର ଇନ୍ଦରଜିତ ସିଂ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀଙ୍କ ଏକ ଟିମ ଉକ୍ତ ସ୍ଥାନ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ ।
ଡାକ୍ତରୀ ଦଳଙ୍କ ଦ୍ବାରା ମୃତ ଘୁଷୁରୀଙ୍କ ଠାରୁ ନମୂନା ସଂଗ୍ରହ କରାଯାଇ ଟେଷ୍ଟି ପାଇଁ ପଠାଯାଇଥିଲା । ସଂକ୍ରମିତ ପଶୁଙ୍କ ଠାରୁ ଦୂରତା ବଜାୟ ରଖିବା ସହ ସେମାନଙ୍କ ମାଂସ ନଖାଇବା ପାଇଁ ଜିଲ୍ଲା ପ୍ରଶାସନର ଟିମ ସ୍ଥାନୀୟ ଲୋକଙ୍କୁ ସତର୍କତା ରହିିବାକୁ ପରାମର୍ଶ ଦେଇଛି । ତେବେ ଗତକାଲି ଆସିଥିବା ରିପୋର୍ଟରେ ମୃତ ଘୁଷୁରୀ ଆଫ୍ରିକୀୟ ସ୍ବାଇନ ଫ୍ଲ୍ୟୁରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ଭୟ ଆହୁରି ବଢିଛ ।