ଅଗରତଲା:ତ୍ରିପୁରାରେ ସ୍ବାଇନ ଫ୍ଲୁ ଆତଙ୍କ । ରାଜ୍ୟରେ ସ୍ବାଇଲ ଫ୍ଲୁ ଦେଖା ଯିବା ପରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ସେପାହିଜାଲା ଜିଲ୍ଲା ଦେବିପୁରର ପଶୁ ସମ୍ପଦ ବିକାଶ ବିଭାଗ (ଏଆରଡିଡି)ର ଏକ ପ୍ରଜନନ ଫାର୍ମରେ ଘୁଷୁରୀଙ୍କଠାରେ ଆଫ୍ରିକୀୟ ସ୍ବାଇନ୍ ଫ୍ଲୁ ଚିହ୍ନଟ ହେବା ପରେ ରାଜ୍ୟରେ ସତର୍କ ଘଣ୍ଟି ବାଜିଛି ।
African swine flu: ତ୍ରିପୁରାରେ ଗଲାଣି 63 ଘୁଷୁରୀ ଜୀବନ - ତ୍ରିପୁରାରେ ସ୍ବାଇନ ଫ୍ଲୁ ଆତଙ୍କ
ତ୍ରିପୁରାରେ ସ୍ବାଇନ ଫ୍ଲୁ ଆତଙ୍କ । ରାଜ୍ୟରେ ସ୍ବାଇଲ ଫ୍ଲୁ ଦେଖାଯିବା ପରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ
ଏପ୍ରିଲ 7 ତାରିଖରେ ଉତ୍ତର ପୂର୍ବାଞ୍ଚଳ ରୋଗ ଚିହ୍ନଟ ପରୀକ୍ଷାକେନ୍ଦ୍ରକୁ 3ଟି ନମୁନା ପଠାଇଯାଇଥିଲା । ଯାହାର ଫଳ ଏପ୍ରିଲ 13ରେ ଆସିଥିଲା । ପଜିଟିଭ ରିପୋର୍ଟ ଆସିଥିଲା । ବର୍ତ୍ତମାନ ଘୁଷୁରୀଙ୍କଠରେ ଲକ୍ଷଣ ଦେଖିବାକୁ ମିଳିଛି । ଭୋପାଳର ଜାତୀୟ ରୋଗ ନିରାକରଣ ପ୍ରତିଷ୍ଠାନରୁ ଆସିବାକୁ ଥିବା ଆଉ ଏକ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି ।
ସ୍ଥିତି ଉପରେ ନଜର ରଖିବାକୁ ପ୍ରତ୍ୟେକ ଗୋଷ୍ଠୀରେ ଦଶ ଜଣଙ୍କୁ ନେଇ ବିଭାଗ ଦୁଇଟି ଦଳ ଗଠନ କରିଛି। ଏହି ଟିମ୍ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ପରିଚାଳିତ ହେବ ଏବଂ ନୋଡାଲ୍ ଅଧିକାରୀଙ୍କ ପାଖକୁ ସିଧାସଳଖ ରିପୋର୍ଟ ଯିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଆସିବା ପରେ ସମସ୍ତ ପ୍ରକ୍ରିୟା କରାଯିବ। ମୋଟ 63ଟି ଘୁଷୁରୀର ଅଜଣା ରୋଗରୁ ମୃତ୍ୟୁ ହୋଇଛି ।