ଓଡିଶା

odisha

ETV Bharat / bharat

ଝାଡଖଣ୍ଡରେ ଆତଙ୍କ ଖେଳାଇଛି ଲମ୍ଫି ଓ ଆଫ୍ରିକାନ ସ୍ବାଇନ ଫ୍ଲୁ - ଝାଡଖଣ୍ଡ ଖବର

ଝାଡଖଣ୍ଡରେ ଆଫ୍ରିକାନ ସ୍ବାଇନ ଫ୍ଲୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା 1261 ଘୁଷୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ 250 ଘୁଷୁରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଲମ୍ଫି ଭାଇରସ ଓ ଆଫ୍ରିକାନ ସ୍ବାଇନ ଫ୍ଲୁ ଆତଙ୍କ
ଝାଡଖଣ୍ଡରେ ଲମ୍ଫି ଭାଇରସ ଓ ଆଫ୍ରିକାନ ସ୍ବାଇନ ଫ୍ଲୁ ଆତଙ୍କ

By

Published : Sep 15, 2022, 12:47 PM IST

ରାଞ୍ଚି:ଝାଡଖଣ୍ଡରେ ଲମ୍ଫି ଭାଇରସ(Lumpy Virus) ଓ ଆଫ୍ରିକାନ ସ୍ବାଇନ ଫ୍ଲୁ (African Swine Fever)ଆତଙ୍କ । ଘୁଷୁରୀ, ଗାଇ ଓ ମଇଁଷି ଏହି ଭାଇରସରେ ସଂମକ୍ରମିତ ହେଉଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଶୁପାଳକ । ଲମ୍ଫି ଭାଇରସରେ ବର୍ତ୍ତମାନ ରାଜ୍ୟରେ କେତେ ଆକ୍ରାନ୍ତ ହୋଇଛନ୍ତି ଓ କେତେ ପଶୁଙ୍କ ମୃତ୍ୟୁ ହୋଇଛି ସେନେଇ ସରକାରୀ ସୁତ୍ରରୁ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ ।

ସେହିପରି ଆଫ୍ରିକାନ ସ୍ବାଇନ ଫ୍ଲୁ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1261 ଘୁଷୁରୀଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ 250 ଘୁଷୁରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଫ୍ଲୁରେ ଆକ୍ରାନ୍ତ ହେଲେ 100 ପ୍ରତିଶତ ମୃତ୍ୟୁ ହେବା ସୁନିଶ୍ଚିନ୍ତ । ଏହି ଜୀବାଣୁ ଘୁଷୁରୀ ଠାରୁ ମନୁଷ୍ୟକୁ ବ୍ୟାପି ନଥାଏ । ତେବେ, ଘୁଷୁରୀ ପାଳନ କରୁଥିବା ଲୋକଙ୍କୁ ପିପିଇ କିଟ୍ ପିନ୍ଧି ଯତ୍ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପଶୁ ବିଶେଷଜ୍ଞ।

ଏହା ମଧ୍ୟ ପଢନ୍ତୁ-6 ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବେ ସୁବ୍ରମଣ୍ୟମ ସ୍ୱାମୀ

ରାଞ୍ଚି, ହଜରିବାଗ, ଚାଟ୍ରା, ଦେଓଗର, ଜାମସେଦପୁର ଏବଂ ଜାମଟାରା ଠାରେ ଆଫ୍ରିକାନ ସ୍ବାଇନ ଫ୍ଲୁ ଚିହ୍ନଟ କରାଯାଇଛି । ସେ କହିଛନ୍ତି ଯେ, ‘‘ଏହି ରୋଗ ରୋକିବା ପାଇଁ ଛେଳିରେ ଦିଆଯାଇଥିବା ଛେଳି ପକ୍ସ ଟିକା ଦେବା ପାଇଁ ଏକ SOP ଜାରି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପଶୁପାଳନ ଅଧିକାରୀଙ୍କୁ 15,000 ଟଙ୍କା ପର୍ଯ୍ୟନ୍ତ ଟିକା କିଣିବାକୁ ଅନୁମତି ଦିଆଯାଇଛି ।’’

ସେହିପରି ଲମ୍ଫି ଭାଇରସକୁ ନେଇ ଡକ୍ଟର ବିପିନ ମେହେଟ୍ଟା କହିଛନ୍ତି ଯେ,''ରାଞ୍ଚି, ହଜରିବାଗ, ଚାଟ୍ରା, ଦେଓଗର, ଜାମସେଦପୁର ଏବଂ ଜାମାତାଢା ଠାରେ ଲମ୍ଫିରେ ସଂକ୍ରମିତ ପଶୁଙ୍କୁ ଚିହ୍ନଟ କରାଯାଇଛି । ଏହି ସଂକ୍ରମଣକୁ ରୋକିବାକୁ ଗୋଟ ପକ୍ସ ଭ୍ୟାକିସିନ ଦେବା ପାଇଁ ଏସଓପି ଜାରି କରାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପଶୁପାଳନ ଅଧିକାରୀଙ୍କୁ 15,000 ଟିକା କିଣିବାକୁ ଅନୁମତି ଦିଆଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲମ୍ଫି ଭାଇରସ ରୋଗରେ ପୀଡିତ ପଶୁମାନଙ୍କର କ୍ଷୀର ପିଇବାରେ କୌଣସି ବିପଦ ନାହିଁ । କିନ୍ତୁ ଅନ୍ୟ ରୋଗକୁ ରୋକିବା ପାଇଁ କ୍ଷୀରକୁ ଫୁଟାଇ ପିଇବା ଉଚିତ୍ ବୋଲି କହିଛନ୍ତି ଡକ୍ଟର ବିପିନ ମେହେଟ୍ଟା । ଝାଡଖଣ୍ଡରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଯୋଗୁଁ ବହୁ ସଂଖ୍ୟକ ଘୁଷୁରୀଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସରକାର ଗାଇ ଏବଂ ମଇଁଷି ମଧ୍ୟରେ ବ୍ୟାପୁଥିବା ଭାଇରସକୁ ରୋକିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାଧାରଣ ଲୋକେ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ ।

ଲମ୍ପିଂ ଭାଇରସ କଣ (what is Lumpy Virus) ?

ବିଶେଷଜ୍ଞଙ୍କ ମତରେ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ । ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ । ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁଙ୍କ ଦେହରେ ବିରିବିରି ହୋଇ ଫଳିଯାଏ । ଜ୍ବର ଆସେ ଓ ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ । ଏହାପରେ ଗାଈର ମୃତ୍ୟୁ ହୋଇଥାଏ । ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତକୁ ଶୁଖାଇବା ପାଇଁ ପ୍ରୟାସ କରାଯାଇଥାଏ । ଏବେ ଦେଶର ଅନେକ ରାଜ୍ୟରେ ପଶୁମାନେ ଲମ୍ପିଂ ସ୍କିନରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । ଏଥିସହ ରୋଗ ଦ୍ଵାରା ଅନେକ ମଧ୍ୟ ପଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆଫ୍ରିକୀୟ ସ୍ୱାଇନ୍ ଫ୍ଲ୍ୟୁ କ’ଣ(what is African Swine Fever) ?

ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ଏକ ଅତ୍ୟଧିକ ସଂକ୍ରାମକ ପ୍ରାଣୀ ରୋଗ । ଏହା ଗୃହପାଳିତ ଓ ଏବଂ ବଣୁଆ ଘୁଷୁରୀଙ୍କୁ ଅତି ସହଜରେ ସଂକ୍ରମିତ କରିବା ସହ ଦୃତଗତିରେ ବ୍ୟାପିଥାଏ । ପ୍ରାଥମିକ ଲକ୍ଷଣ ଅନୁସାରେ ସଂକ୍ରମିତ ଘୁଷୁରୀମାନଙ୍କ ଠାରେ ଜ୍ୱର ହୋଇଥାଏ । ପରେ ଜଟିଳତା ବଢିବା ସହ ସଂକ୍ରମିତ ପ୍ରାଣୀ ମୃତ୍ୟୁ ମୁଖରେ ମଧ୍ୟ ପଡିଥାଏ । ନିକଟରେ ଉତ୍ତର ପ୍ରଦେଶରେ ଘୁଷୁରୀଙ୍କ ଠାରେ ସ୍ବାଇନ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । ଫଳରେ ଫୈଜୁଲ୍ଲାଗଞ୍ଜରେ ପ୍ରାୟ 140ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details