ନୂଆଦିଲ୍ଲୀ: ୪୦୦ ଅବସରପ୍ରାପ୍ତ ମେଡିକାଲ ଅଫିସରଙ୍କ ଏବେ ପୁଣି ହେବ ନିଯୁକ୍ତି । ତେବେ ମିଲିଟାରୀ ମେଡିକାଲ କର୍ପସ (ଏମସି) ଏବଂ ସର୍ଟ ସର୍ଭିସ କମିଶନ (ଏସଏସସି) ର ୪୦୦ ଅବସରପ୍ରାପ୍ତ ମେଡିକାଲ ଅଫିସର ନିଯୁକ୍ତି ପାଇଁ ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (ଏଫଏମଏସ) କୁ ନିର୍ଦ୍ଦେଶ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
‘ଟୁର୍ ଅଫ୍ ଡ୍ୟୁଟି’ ଯୋଜନା ଅନୁଯାୟୀ, 2017 ରୁ 2021 ମଧ୍ୟରେ କାର୍ଯ୍ୟରତ ଥିବା 400 ଏକ୍ସ-ଏମ୍ସି / ଏସଏସସି ମେଡିକାଲ୍ କର୍ମଚାରୀଙ୍କୁ ୧୧ ମାସ ପାଇଁ ଚୁକ୍ତିନାମା ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ଆଶା କରାଯାଉଛି । ମଇ 8, 2021 ରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ଏହି ଡାକ୍ତରୀ ଅଧିକାରୀମାନଙ୍କୁ ମାସିକ ଏକ ନିର୍ଦ୍ଦିଷ୍ଟ ରାଶି ପ୍ରଦାନ କରାଯିବ, ଯାହା ଅବସର ସମୟରେ ନିଆଯାଇଥିବା ବେତନରୁ ମୌଳିକ ପେନ୍ସନ୍ କାଟି ହିସାବ କରାଯିବ। ଚୁକ୍ତିନାମା ଅନୁଯାୟୀ ଏହି ରାଶି ଅପରିବର୍ତ୍ତିତ ରହିବ ଏବଂ ଅନ୍ୟ କୌଣସି ଭତ୍ତା ପ୍ରଦାନ କରାଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି।