ଓଡିଶା

odisha

ETV Bharat / bharat

କାନ୍ଦାହାରକୁ କବଜା କଲା ତାଲିବାନ, ବିମାନରେ ଉଡିଗଲେ ସରକାରୀ ବାବୁ - taliban captured kandahar

ତାଲିବାନକୁ ରୋକିବା ଏବେ ଆଫଗାନ ସେନା ପାଇଁ ଅସମ୍ଭବ । ଗତକାଲି(ଗୁରୁବାର) ତାଲିବାନ ଦେଶର ଦ୍ବିତୀୟ ବଡ ସହର କାନ୍ଦାହାରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି । କାନ୍ଦାହାର ହେଉଛି ଦେଶର ପ୍ରାନ୍ତୀୟ ରାଜଧାନୀରୁ ଅନ୍ୟତମ । ଅଧିକ ପଢନ୍ତୁ...

Afghanistan War
Afghanistan War

By

Published : Aug 13, 2021, 12:46 PM IST

Updated : Aug 13, 2021, 12:54 PM IST

ନୂଆଦିଲ୍ଲୀ: ତାଲିବାନକୁ ରୋକିବା ଏବେ ଆଫଗାନ ସେନା ପାଇଁ ଅସମ୍ଭବ । ଗତକାଲି(ଗୁରୁବାର) ତାଲିବାନ ଦେଶର ଦ୍ବିତୀୟ ବଡ ସହର କାନ୍ଦାହାରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି । ଆଉ କାନ୍ଦାହାର ହେଉଛି ଦେଶର ପ୍ରାନ୍ତୀୟ ରାଜଧାନୀରୁ ଅନ୍ୟତମ । ଯାହାକୁ ଅନେକ ପ୍ରୟାସ ସତ୍ତ୍ବେ ଆଫଗାନ ସେନା ନିଜ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ତାଲିବାନ କାନ୍ଦାହାରକୁ କବଜା କରିବା ପୂର୍ବରୁ ସରକାରୀ ଅଫିସରମାନେ ବିମାନ ଯୋଗେ ସହର ଛାଡି ପଳାଇବାରେ ସକ୍ଷମ ହୋଇଛନ୍ତି । କାନ୍ଦାହାରକୁ ନିଜ କବଜାକୁ ନେବା ତାଲିବାନ ପାଇଁ ସବୁଠାରୁ ବଡ ସଫଳତା । କାନ୍ଦାହାର କବଜା ପରେ କାବୁଲ ବେଶୀ ଦୂର ନଥିବା ଚର୍ଚ୍ଚା ହେଉଛି। ଆଫଗାନ ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଗୋଟିଏ ସପ୍ତାହର ଘମାଘୋଟ ଲଢେଇ ପରେ ତାଲିବାନ ଆଫଗାନର ୩୪ ପ୍ରାନ୍ତୀୟ ରାଜଧାନୀରୁ ୧୧ ଟିକୁ କବଜା କରିବାରେ ସଫଳ ହୋଇଛି ।

ତେବେ କାନ୍ଦାହାର କବଜା ସତ୍ତ୍ବେ କାବୁଲ ଦଖଲ ଏବେବି ତାଲିବାନ ପାଇଁ ଦୁଃସ୍ବପ୍ନ ହୋଇ ରହିଛି । କାରଣ କାବୁଲକୁ ଦଖଲ କରିବା ଏତେ ସହଜ ତାଲିବାନ ପାଇଁ ହୋଇନପାରେ । କିନ୍ତୁ କାନ୍ଦାହାର କବଜା ପରେ ଏବେ ତାଲିବାନୀଙ୍କ ଶକ୍ତି ବୃଦ୍ଧି ପାଇଛି । କାରଣ ଏବେ ଦେଶର ୫୦ ପ୍ରତିଶତ ଭୂ-ଖଣ୍ଡ ତାଲିବାନୀଙ୍କ ନିୟନ୍ତ୍ରଣରେ ।

ଆଉ ତାଲିବାନର ଏହି ଭୟାନକ ଆକ୍ରମଣରେ ଆଫଗାନ ସରକାର ମଧ୍ୟ ଆଶଙ୍କାରେ । କାରଣ ଆନ୍ତର୍ଜାତିକ ସହାୟତାକୁ ଅପେକ୍ଷା କରିଥିବା ଆଫଗାନ ସରକାର ଏବେ ନେଇଛନ୍ତି ବଡ ନିଷ୍ପତ୍ତି । ସରକାରରେ ସାମିଲ ହେବା ପାଇଁ ତାଲିବାନକୁ ଦେଇଛନ୍ତି ପ୍ରସ୍ତାବ । କତ୍ତାରରେ ଚାଲିଥିବା ଆଲୋଚନାରେ ଏହି ପ୍ରସ୍ତାବ ଦେଇଛନ୍ତି । ତେବେ ଏହି ପ୍ରସ୍ତାବକୁ ନେଇ ତାଲିବାନ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2021, 12:54 PM IST

ABOUT THE AUTHOR

...view details