ନୂଆଦିଲ୍ଲୀ:ଗୁରୁବାର ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଭାରତ-କେନ୍ଦ୍ର ଏସୀୟ ସମ୍ମିଳନୀ । ନୂଆଦିଲ୍ଲୀରେ ଆୟୋଜିତ ଏହି ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗକୁ ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ଦିଆଯାଇଛି । ଏଥିରେ ୫ କେନ୍ଦ୍ର-ଏସୀୟ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ କାଜାଖସ୍ତାନର ରାଷ୍ଟ୍ରପତି କାସୀମ ଜୋମାର୍ଟ ଟୋକାଏଭ, କିର୍ଗିଜସ୍ଥାନର ରାଷ୍ଟ୍ରପତି ସାଦିର ଜାପାରୋଭ, ତାଜିକିସ୍ତାନର ରାଷ୍ଟ୍ରପତି ଇମୋମାଲି ରହମାନ, ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁରୁବାଙ୍ଗୁଲି ବର୍ଡିମୁହାମେଡୋଭ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶାବକତ ମିର୍ଜିୟୋଭରେ ଏହି ଭର୍ଚୁଆଲ ଫର୍ମାଟରେ ଅଂଶଗ୍ରହଣ କରିଥିଲେ । ଭାରତ ଏବଂ ମଧ୍ୟ ଏସିଆ ଦେଶଗୁଡ଼ିକ ସହିତ କୂଟନୈତିକ ସମ୍ପର୍କର 30ତମ ବାର୍ଷିକୀ ପାଳନ କରୁଥିବାରୁ ଏହି ବୈଠକର ସମୟ ବିଶେଷ ମହତ୍ବପୂର୍ଣ୍ଣ ।