ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ନିବେଦନ । ନିବେଶକଙ୍କୁ ଆଫଗାନିସ୍ତାନକୁ ଫେରି ନିବେଶ କରିବା ପାଇଁ ନିବେଦନ କରିଛନ୍ତି ତାଲିବାନ ସରକାର ପ୍ରଥମ ଉପ-ପ୍ରଧାନନ୍ତ୍ରୀ ମୁଲ୍ଲାହ ଅବଦୁଲ୍ ଘନି ବରାଦର । ତେବେ ଆଜି କାବୁଲରେ ଆୟୋଜିତ ଆଫଗାନିସ୍ତାନ ଜାତୀୟ ଘରୋଇ କ୍ଷେତ୍ର ସମ୍ମିଳନୀରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।
ସେହିପରି ଅନ୍ୟ ଦେଶରେ ରହୁଥିବା ଆଫଗାନ ନିବେଶକଙ୍କୁ ସ୍ବଦେଶ ଫେରିବା ପାଇଁ ସେ ଅନୁରୋଧ କରିବା ସହ ଏଠାରେ ଆସି ନିବେଶ କରିବାକୁ କହିଛନ୍ତି । ଏଥିସହ ନିବେଶକଙ୍କ ସୁରକ୍ଷା ଓ ସମ୍ପତ୍ତିର ସୁରକ୍ଷା ଶତ ପ୍ରତିଶତ ନେବୁ ବୋଲି ସେ କହିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ଲଗାଯାଇଥିବା ପ୍ରତିବନ୍ଧକ ଧୀରେ ଧୀରେ ହ୍ରାସ କରାଯାଉଛି ବୋଲି ମୁଲ୍ଲାହ ବରାଦର କହିଛନ୍ତି ।