କାବୁଲ: ଆଫଗାନିସ୍ତାନ ନ୍ୟାସନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ଫୋର୍ସ (ଏଏନଡିଏସଏଫ) ଆକ୍ରମଣରେ 11 ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବଂ କାନ୍ଦାହାର ପ୍ରଦେଶର ଅରଗଣ୍ଡାବ ଜିଲ୍ଲାର ବାବୁର ଅଞ୍ଚଳରେ 4 ଜଣ ଆତଙ୍କୀ ଆହତ ହୋଇଥିବା ମଧ୍ୟ ଆଫଗାନ ପ୍ରତିରକ୍ଷା ମନ୍ତ୍ରଣାଳୟ ତଥ୍ୟ ଦେଇଛି ।
ବାୟୁସେନା ସହାୟତାରେ ଆଣ୍ଡଏସ୍ଏଫ୍ ଦ୍ବାରା କରାଯାଇଥିବା ଏହି ଅପରେସନ୍ ତାଲିବାନ ବିଦ୍ରୋହୀମାନଙ୍କଠାରୁ ବାବୁର ଅଞ୍ଚଳକୁ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ସଫଳ ହେବାପରେ ସୁରକ୍ଷା କାରଣରୁ ଦୀର୍ଘ ସମୟ ଧରି ବନ୍ଦ ଥିବା ସ୍ଥାନୀୟ ବାବୁର ସ୍କୁଲ ବର୍ତ୍ତମାନ ଛାତ୍ରମାନଙ୍କ ପାଇଁ ଖୋଲିଥିବା ଜଣାପଡିଛି ।